ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ, ଏହି ୩ ବ୍ୟାଙ୍କ୍‌ରେ ରଖନି ସରକାରୀ ପାଣ୍ଠି

Published By : Prameya | June 22, 2025 9:13 AM

ଭୁବନେଶ୍ୱର,୨୨/୦୬: ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନାରେ ସହଯୋଗ  କରୁନାହାନ୍ତି । ଜମା ଅନୁପାତରେ ଋଣ  ଆବଣ୍ଟନ କରୁନାହାନ୍ତି। ବାର୍ଷିକ ଋଣ  ଲଗାଣ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ଛୁଉଁନି । ତେଣୁ  ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ଏବଂ  ଆକ୍ସିସ ବ୍ୟାଙ୍କରେ କୌଣସି ସରକାରୀ ଜମା ଥିଲେ ତାକୁ ତୁରନ୍ତ ଅନ୍ୟତ୍ର ରଖ । ଏ  ବ୍ୟାଙ୍କରେ ଜମାଖାତା ଯଥାଶୀଘ୍ର ବନ୍ଦ କରି  ଅନ୍ୟ ସରକାରୀ ତାଲିକାଭୁକ୍ତ ବ୍ୟାଙ୍କରେ ପାଣ୍ଠି ରଖିବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ  ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଛି । 

ଅର୍ଥ  ବିଭାଗ ସ୍ପଷ୍ଟ ଦର୍ଶାଇଛି, ଯଦି ଏ ୩ ବ୍ୟାଙ୍କରେ  ସରକାରୀ ପାଣ୍ଠି ସ୍ଥାୟୀ ଜମା ଭାବେ ଥିବ  ତେବେ ତାହା ବନ୍ଦ ହେବନି । ସରକାର ସୁଧ ହରାଇବେ । ମାତ୍ର ସ୍ଥାୟୀ ଜମାର ମିଆଦ  ପୂରିବା ମାତ୍ରେ ଜମା ଟଙ୍କା ଉଠାଣ କରି ଅନ୍ୟ  ବ୍ୟାଙ୍କରେ ବିଭାଗ ରଖିବ । ଏ ନିର୍ଦ୍ଦେଶକୁ ସମସ୍ତ ବିଭାଗ ତୁରନ୍ତ  କାର୍ଯ୍ୟକାରୀ କରିବେ । ଏଥିରେ ସାମାନ୍ୟତମ  ଅବହେଳାକୁ ବରଦାସ୍ତ କରାଯିବନି ।  ତେଣୁ ଚିଠି ପାଇବାମାତ୍ରେ ବିଭାଗଗୁଡ଼ିକ  ଉପରୋକ୍ତ ୩ ବ୍ୟାଙ୍କରୁ ଜମା ପାଣ୍ଠି ଉଠାଣ  କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.