ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଟ୍ରାଇ ଡ୍ରାଇଭ୍‌ ଟେଷ୍ଟ୍‌, କଟକରେ ଜିଓର ସର୍ବାଧିକ ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ ହାସଲ

Published By : Prameya | June 19, 2025 11:26 AM

ଭୁବନେଶ୍ୱର,୧୯/୦୬: ଭାରତୀୟ ଟେଲିକମ୍‌  ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଏପ୍ରିଲ ୨୦୨୫  ପାଇଁ ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍‌ ପରୀକ୍ଷଣ  (ଆଇଡ଼ିଟି) ଫଳାଫଳ ଅନୁଯାୟୀ, ରିଲାଏନ୍ସ ଜିଓ କଟକ  ସହରରେ ବେଶ୍‌ ପ୍ରଭାବଶାଳୀ ନେଟ୍‌ୱର୍କ ପ୍ରଦର୍ଶନ କରିଛି ।  

କଟକ ସହରରେ ଡାଟା ସେବା ପାଇଁ କରାଯାଇଥିବା  ପରୀକ୍ଷଣରେ, ଜିଓ ଏହାର ନେଟ୍‌ୱର୍କର ପ୍ରାଧାନ୍ୟ  ପ୍ରମାଣିତ କରି ସର୍ବାଧିକ ୨୩୩.୪୬ ଏମ୍‌ବିପିଏସ  ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ ହାସଲ କରିବା ସହିତ  ୨୪.୦୪ ଏମ୍‌ବିପିଏସ୍‌ର ଦୃଢ଼ ଅପଲୋଡ୍‌ ସ୍ପିଡ୍‌ ପ୍ରଦର୍ଶନ କରିଥିବା ଏହି ରିପୋର୍ଟରୁ ଜଣାପଡିଛି । ଜିଓର ହାରାହାରି  ଡାଉନଲୋଡ୍‌ ସ୍ପିଡ୍‌ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ  ତୁଳନାରେ ପ୍ରାୟ ଦୁଇଗୁଣ ରହିଥିଲା । ବ୍ୟସ୍ତବହୁଳ  ହଟସ୍ପଟ୍‌ଗୁଡ଼ିକରେ ମଧ୍ୟ ଜିଓର ୫ଜି ଡାଉନଲୋଡ୍‌ ସ୍ପିଡ୍‌  ୧୦୨.୦୯ ଏମ୍‌ବିପିଏସ ରହିଥିଲା, ଯାହା ଷ୍ଟ୍ରିମିଂ, ଭିଡିଓ କନ୍‌ଫରେନ୍‌ସିଂ ଏବଂ ରିଅଲ୍‌-ଟାଇମ୍‌ ଆପ୍ଲିକେସନ୍‌ ପାଇଁ  ନିରବଛିନ୍ନ ଯୋଗାଯୋଗ ସଂଯୋଗ ସୁନିଶ୍ଚିତ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.