ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଏଣିକି ନୂଆ ପାନ୍‌ କାର୍ଡ ପାଇଁ ଆଧାର ବାଧ୍ୟତାମୂଳକ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ...

Published By : Prameya | June 20, 2025 1:36 PM

ନୂଆଦିଲ୍ଲୀ,୨୦/୦୬: ନୂଆ ପାନ୍‌ କାର୍ଡ ପାଇଁ  ବାଧ୍ୟତାମୂଳକ ହେବ ଆଧାର । ଜୁଲାଇ ୧ରୁ ଏହା  କାର୍ଯ୍ୟକାରୀ ହେବ । ଏଭଳି ଏକ ଯୋଜନା ଉପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଯୋଜନା  କରୁଥିବା ଜଣାପଡ଼ିଛି । 

ଡିଜିଟାଲ ଭାରତ ଅଭିଯାନର ଏହା ଅଂଶବିଶେଷ । ଏହାସହିତ ଟିକସ ଦାଖଲ ସମୟରେ ଦାୟିତ୍ୱବୋଧତା  ଏବଂ ଅନୁପାଳନକୁ ସୁନିଶ୍ଚିତ କରିବା ଲାଗି ଏହି  ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । 

ସମ୍ପ୍ରତି ପାନ୍‌ ପାଇଁ ଆବେଦନ କରିବା ସମୟରେ  ନାଁ, ଜନ୍ମ ପ୍ରମାଣପତ୍ର ଏବଂ ଯେକୌଣସି ଏକ  ପ୍ରମାଣପତ୍ର ଦରକାର ହେଉଛି । ଏବେ ଆଧାରକୁ  ବାଧ୍ୟତାମୂଳକ କରାଯିବ । ପୁରୁଣା ପାନ୍‌ କାର୍ଡଧାରୀଙ୍କୁ  ନିଜ ନିଜ ପାନ୍‌ କାର୍ଡକୁ ଆଧାର ସହ ସଂଯୋଗ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି ।  

ଏଥିପାଇଁ ଅନ୍ତିମ ଡେଡ୍‌ଲାଇନ୍‌ ରହିଛି ୨୦୨୫  ଡିସେମ୍ବର ୩୧ । ଆଧାର ସହ ଲିଙ୍କ୍‌ ହୋଇ ନ ଥିବା  ପାନ୍‌ କାର୍ଡ ଆସନ୍ତା ବର୍ଷରୁ ଅଚଳ ହୋଇଯିବ । ୨୦୨୪  ମାର୍ଚ୍ଚ ସୁଦ୍ଧା ଭାରତରେ ୭୪ କୋଟିରୁ ଅଧିକ ପାନ୍‌  କାର୍ଡଧାରୀ ଥିଲେ । ଏଥିମଧ୍ୟରୁ ୬୦.୫ କୋଟି କାର୍ଡ  ଆଧାର ସଂଯୋଗ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.