ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଇରାନ୍‌-ଇସ୍ରାଏଲ ଯୁଦ୍ଧ ପ୍ରଭାବ; ସେୟାର ବଜାରରେ ହଲଚଲ, ବୁଡ଼ିଗଲା କୋଟି କୋଟି

Published By : Ankita S | June 23, 2025 11:38 AM

ନୂଆଦିଲ୍ଲୀ,୨୩/୦୬: ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଇରାନ୍‌-ଇସ୍ରାଏଲ ଯୁଦ୍ଧ ପ୍ରଭାବ ବଜାର ଉପରେ ପଡିଛି । ଇରାନ୍‌ ଉପରେ ଆମେରିକାର ଆକ୍ରମଣ ପରେ ସେୟାର ବଜାରରେ ଅସ୍ଥିରତା ଦେଖିବାକୁ ମିଳିଛି । କାରବାର ଆରମ୍ଭ ହେଉ ହେଉ ଖସିଲା ମୁମ୍ବାଇ ଷ୍ଟକ୍‌ ଏକ୍ସେଚେଞ୍ଜ ସୂଚକାଙ୍କ  । ସେନସେକ୍ସ ୭୪୯ ପଏଣ୍ଟ ଓ ନିଫ୍ଟି  ୨୨୭ ପଏଣ୍ଟ ଖସିବା ଫଳରେ କୋଟି କୋଟି ଟଙ୍କା କ୍ଷତି ସହିଛନ୍ତି ନିବେଶକ ।

ଇରାନ୍‌-ଇସ୍ରାଏଲ୍ ଯୁଦ୍ଧ ଭିତରେ ଆମେରିକା କୁଦିବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ସିଧା ପ୍ରଭାବ ସେୟାର ବଜାର ଉପରେ ପଡିଛି । ଆଜି କାରବାର ଆରମ୍ଭ ହେବାଠୁ ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ ଖସିଥିଲା । ବିଏସ୍‌ଇ ସେନ୍‌ସେକ୍ସ ୭୯୬ ଖସି ୮୧,୬୫୮ ପଏଣ୍ଟରେ ପହଞ୍ଚିଥିଲା । ସେହିପରି ନିପ୍ଟି ୨୨୭ ପଏଣ୍ଟ ଡାଉନ୍ ହୋଇ ୨୪,୮୮୪ରେ ପହଞ୍ଚିଛି । ଫଳରେ ନିବେଶକଙ୍କର କୋଟି କୋଟି ଟଙ୍କା ବୁଡିଛି । ୧୫ ମିନିଟରେ ୩ ଲକ୍ଷ କୋଟିର କ୍ଷତି ହୋଇଛି . ଇନଫୋସିସ୍‌ ସେୟାର ୨ ପ୍ରତିଶତ ଖସିଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ...ମଧ୍ୟପ୍ରାଚ୍ୟରେ ତେଜିଲା ଯୁଦ୍ଧ, ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ ବନ୍ଦ କରିବ ଇରାନ, ସୃଷ୍ଟି ହେବ ତୈଳ ସଙ୍କଟ

ଯଦି ସୋମବାର ସର୍ବାଧିକ ସେୟାର ବଜାର ଡାଉନ୍ କଥା କହିବା ତେବେ ଇନଫୋସିସ୍ ସେୟାର (୨.୩୦%),ଏଚୟୁଏଲ ସେୟାର (୨%), ବଜାଜ ଫାଇନାନ୍ସ ସେୟାର (୧,୨୯%), ଟିସିଏସ୍ ସେୟାର (୧.୨୮%), ରିଲିୟାନ୍ସ ସେୟାର (୧.୧୫%)ରେ ଟ୍ରେଟ୍‌ କରିଥିଲା । ଆଜି ୮୪୮ କମ୍ପାନୀର ସେୟାର ଗ୍ରୀନ ଜୋନ୍‌ରେ କାରବାର ଆରମ୍ଭ କରିଥିଲା । ଅନ୍ୟପଟେ ୧୬୭୬ କମ୍ପାନୀର ସେୟାର ନାଲି ପଏଣ୍ଟରୁ ଆରମ୍ଭ ହେଇଥିଲା । ମାର୍କେଟର ଏପରି ଅସ୍ଥିରତା ପରେ ନିବେଶକଙ୍କୁ ବିଚଳିତ ନ ହୋଇ ସତର୍କ ରହିବା ସହ ଲମ୍ବା ଅବଧି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.