ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆସନ୍ତା ୨୫ରେ ଆୟୋଜିତ ହେବ ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌-୨୦୨୫

Published By : Prameya | June 23, 2025 12:46 PM

ଭୁବନେଶ୍ୱର, ୨୩/୦୬: ଚଳିତ ମାସ ୨୫ରେ ୬ଷ୍ଠ ସଂସ୍କରଣ  ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ଶୁଭାରମ୍ଭ ହେବ । ଏଥିରେ ପର୍ଯ୍ୟଟନ  କ୍ଷେତ୍ର ଅଂଶୀଦାର, ନୀତି ନିର୍ଦ୍ଧାରକ, ନିବେଶକ ମାନେ ସାମିଲ ହୋଇ  ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ନେଇ ନୂଆ ରୋଡ୍‌ମ୍ୟାପ୍‌  ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରିବେ । କାର୍ଯ୍ୟକ୍ରମରେ ପ୍ରମୁଖ ଭିତ୍ତିଭୂମି  ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ ସ୍ଥାପନା ଭଳି ଦିଗ  ଗୁଡ଼ିକ ଉପରେ ବ୍ୟାପକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।  ସେହିଭଳି ରାଜ୍ୟକୁ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆକୃଷ୍ଟ  କରିବା ଉପରେ ମଧ୍ୟ ଅଂଶୀଦାର ମାନେ ବିଚାର ବିମର୍ଷ କରିବେ ।  

ରାଜ୍ୟକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରାଇବା  ଉପରେ ମଧ୍ୟ ଏହି କନ୍‌କ୍ଲେଭରେ ଫୋକସ ରହିବ । ସେହିଭଳି  ୨୧ ଦିନିଆ ପର୍ଯ୍ୟଟନ ପ୍ୟାକେଜ, ପର୍ଯ୍ୟଟନ ମାନେ କିଭଳି  ରାଜ୍ୟରେ ଅଧିକ ସମୟ ଅତିବାହିତ କରିବେ ସେ ଦିଗରେ ମଧ୍ୟ  ଆଲୋଚନା ହେବ । ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ରାଜ୍ୟର ସ୍ଥାନିୟ  ଲୋକଙ୍କ ବିକାଶରେ ସହାୟକ ହେବ । ପର୍ଯ୍ୟଟନ କ୍ଷେତ୍ରରେ ଏକ  ଉନ୍ନତ ଇକୋସିଷ୍ଟମ ବିକାଶ, ନିବେଶ ପ୍ରୋତ୍ସାହନ, ସଂସ୍କୃତି,  ଡିଜିଟାଲ ପର୍ଯ୍ୟଟନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ । ରାଜ୍ୟର  ସଂସ୍କୃତି ଏବଂ ଐତିହ୍ୟକୁ ବିଶ୍ୱ ଦରବାରେ ପହଞ୍ଚାଇବା ଉପରେ  ମଧ୍ୟ ଅଂଶୀଦାର ମାନେ ଦିଗରେ ବ୍ୟାପକ ଭାବେ ଚର୍ଚ୍ଚା ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.