ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ପାଇଲଟ୍‌ ବିନା ଉଡ଼ିଥିଲା ଯାତ୍ରୀ ବିମାନ: ୧୫ ମାସ ପରେ ଆସିଲା ରିପୋର୍ଟ, ହଠାତ୍ ଅଚେତ୍‌ ହୋଇପଡ଼ିଥିଲେ ଚାଳକ

Published By : Prameya | May 20, 2025 8:44 AM

ନୂଆଦିଲ୍ଲୀ ୧୦/୦୫: ୨୦୫ ଜଣଙ୍କୁ ନେଇ ସ୍ପେନ୍‌ ଯାଉଥିବା ଏକ ବିମାନ ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ପାଇଲଟ୍‌ ବିନା ଉଡ଼ିଲା । ବାସ୍ତବରେ ବିମାନର ପାଇଲଟ୍‌ ଶୌଚାଳୟ ଯାଇଥିଲେ । ଏତିକିବେଳେ ସାଥୀ-ପାଇଲଟ୍‌ଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇଗଲା । ସେ ଅଚେତ୍‌ ହୋଇପଡ଼ିଲେ । ଘଟଣାର ୧୫ ମାସ ପରେ ଏ ମାମଲା ସାମ୍ନାକୁ ଆସିଛି । ସ୍ପେନ୍‌ର ଦୁର୍ଘଟଣା ଯାଞ୍ଚ୍‌ ଏଜେନ୍ସି ସିଆଇଏଆଇଏସି ନିଜର ଏକ ସଦ୍ୟ ରିପୋର୍ଟରେ ଏହା ସ୍ପଷ୍ଟ କରିଛି ।

ରିପୋର୍ଟ ଅନୁସାରେ, ଗତ ବର୍ଷ ୧୭ ଫେବ୍ରୁଆରୀରେ ଲୁଫ୍‌ଥାନ୍‌ସାର ଏୟାରବସ୍‌ ଏ୩୨୧ରେ ଏହି ଘଟଣା ହୋଇଥିଲା । ବିମାନଟି ଫ୍ରାଙ୍କ୍‌ଫର୍ଟରୁ ସ୍ପେନ୍‌ ଯାଉଥିଲା । ୧୯୯ ଯାତ୍ରୀ ଓ ୬ ଚାଳକ ଦଳ ସଦସ୍ୟ ବିମାନରେ ଉପସ୍ଥିତ ଥିଲେ । ପାଇଲଟ୍‌ ଶୌଚାଳୟରୁ ଫେରି କକ୍‌ପିଟ୍‌ର କବାଟ ଖୋଲିବାକୁ ଚେଷ୍ଟା କଲେ । କିନ୍ତୁ ଭିତରୁ ବନ୍ଦ ଥିବାରୁ ଖୋଲିପାରିଲେ ନାହିଁ । ସାଥୀ- ପାଇଲଟ୍‌ଙ୍କ ସହ କଥା ହେବା ପାଇଁ ଇଣ୍ଟର୍‌କମ୍‌ରେ କଲ୍‌ ମଧ୍ୟ କଲେ । ଉତ୍ତର ନ ମିଳିବାରୁ କ୍ୟାପ୍ଟେନ୍‌ ଆପାତକାଳ କୋଡ୍‌ ଉପଯୋଗ କରି କକ୍‌ପିଟ୍‌ ଭିତରକୁ ଗଲେ ଏବଂ ବିମାନକୁ ନିୟନ୍ତ୍ରଣ କଲେ । ସାଥୀ- ପାଇଲଟ୍‌ଙ୍କୁ ଜଣେ ଯାତ୍ରୀ ଡାକ୍ତର ପ୍ରାଥମିକ ଚିକିତ୍ସା ପ୍ରଦାନ କଲେ । ଏହା ପରେ ତାଙ୍କର ଚେତା ଫେରିଲା । ଯାଞ୍ଚ୍‌ରୁ ଜଣାପଡ଼ିଲା, ସାଥୀ-ପାଇଲଟ୍‌ଙ୍କୁ ପୂର୍ବରୁ ଏକ ସ୍ନାୟବିକ ରୋଗ ଥିଲା । ସେ ବିଷୟରେ ତାଙ୍କୁ ଜଣାନଥିଲା । ମେଡିକାଲ ଟେଷ୍ଟ୍‌ରୁ ମଧ୍ୟ ଏହା ଜଣାପଡ଼ିନଥିଲା । ଏହା ପରେ ତାଙ୍କର ମେଡିକାଲ ପ୍ରମାଣପତ୍ରକୁ ରଦ୍ଦ କରାଗଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.