ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଭାରତର S-400ର ଶକ୍ତି ଦେଖି ଚିନ୍ତାରେ ଚୀନ୍‌, ଲଞ୍ଚ କରିବାକୁ ଯାଉଛି ଭୟଙ୍କର ଏଆଇ ଡ୍ରୋନ୍‌

Published By : Tapas Panda | May 19, 2025 10:31 PM

Image Courtesy: ft.com

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଉଭୟ ଦେଶର ସାମରିକ ଶକ୍ତି ସମଗ୍ର ବିଶ୍ବ ଦେଖିବାକୁ ପାଇଛି । କିଭଳି ଭାରତର ପ୍ରଚଣ୍ତ ପ୍ରହାରରେ ବେହାଲ ହୋଇପଡ଼ିଥିଲା ପାକିସ୍ତାନ, ତାହା ସମଗ୍ର ବିଶ୍ବକୁ ଚକିତ କରିଛି।  ଚୀନ୍‌ ଏବଂ ତୁର୍କୀର ଯୁଦ୍ଧାସ୍ତ୍ର କିଭଳି ଭାରତର ଉନ୍ନତ ପ୍ରତିରକ୍ଷା ପ୍ରଣାଳୀ ସାମ୍ନାରେ କମଜୋର ହୋଇପଡ଼ିଥିଲା ତାହା ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400ର ଶକ୍ତି ଦେଖି କେବଳ ପାକିସ୍ତାନ ନୁହେଁ ବରଂ ଚୀନ୍‌ ଏବଂ ତୁର୍କୀ ମଧ୍ୟ ଚିନ୍ତିତ । ଏସବୁ ଦେଖିସାରିବା ପରେ ଏବେ ଚୀନ୍‌ ନିଜର ସାମରିକ ଶକ୍ତି ବୃଦ୍ଧି କରିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ।

ଆସନ୍ତା ମାସରେ ଚୀନ୍‌ ଏଆଇ ଡ୍ରୋନ୍‌ ଲଞ୍ଚ କରିବାକୁ ଯୋଜନା କରୁଛି । ରିପୋର୍ଟ ଅନୁସାରେ, ଏଆଇ ଦ୍ବାରା ପରିଚାଳିତ ଡ୍ରୋନ୍‌ ଲଞ୍ଚ କରିବ ଚୀନ୍‌ । ଏହା ମାଧ୍ୟମରେ ଏକା ସାଙ୍ଗରେ ଶତାଧିକ ଡ୍ରୋନ୍‌ ଆକ୍ରମଣ କରିପାରିବ  । ବହୁ ଦୂରରେ ରହି ଏହି ଡ୍ରୋନ୍‌ଗୁଡ଼ିକୁ ପରିଚାଳିତ କରାଯିବା ସହ ସଠିକ୍‌ ଲକ୍ଷ୍ୟ ଭେଦ କରାଯାଇ ପାରିବ । ଚୀନ୍‌ର ଏଭଳି ନୂତନ ଯୁଦ୍ଧାସ୍ତ୍ର ସଂପର୍କରେ ଜାଣିବା ପରେ ଆମେରିକା ମଧ୍ୟ ଚିନ୍ତିତ ହୋଇପଡ଼ିଥିବା କୁହାଯାଉଛି । ଚୀନର ଏହି ସିଷ୍ଟମରେ PL-12E ଏୟାର-ଟୁ-ଏୟାର ମିସାଇଲ ମଧ୍ୟ ରହିବ । ଏହା ଘାତକ ଆକ୍ରମଣ କରିବାରେ ସହାୟକ ହେବ । ଚୀନର ଏହି ସିଷ୍ଟମ ସ୍ବାର୍ମ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ । ଏହା ଦ୍ବାରା ଅନେକ ଛୋଟ ଡ୍ରୋନକୁ  ଏକାଠି ବ୍ୟବହାର କରାଯାଇପାରିବ ଏବଂ ବଡ଼ ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେଇହେବ । 

ସେପଟେ ଚୀନ୍‌ର ଏହି ଅସ୍ତ୍ରକୁ ପ୍ରଭାବହୀନ କରିବାକୁ ଭାରତ ସକ୍ଷମ । ଭାରତରେ S-400 ଭଳି ଉଚ୍ଚମାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅଛି ଯାହା ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଉଭୟକୁ ଟ୍ରାକ୍ ଏବଂ ଟାର୍ଗେଟ କରିପାରିବ। ଏହା ବ୍ୟତୀତ, DRDO ଦ୍ୱାରା ବିକଶିତ 'ଡ୍ରୋନ୍ ଡୋମ୍' ଭଳି ପ୍ରଯୁକ୍ତିବିଦ୍ୟା ସହିତ ଭାରତ ଛୋଟ ଡ୍ରୋନ୍‌ର ଜବାବ ଦେବାକୁ ମଧ୍ୟ ସକ୍ଷମ। ଭାରତୀୟ ବାୟୁସେନା ଏବଂ ସେନା ନିରନ୍ତର ସ୍ୱଦେଶୀ ଡ୍ରୋନ୍ ପ୍ରତିରୋଧୀ ପ୍ରଣାଳୀ ନିୟୋଜିତ କରୁଛନ୍ତି, ଯାହା ଦଳଗତ ଆକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.