ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

Parvesh Verma: କେଜ୍ରିଓ୍ବାଲଙ୍କୁ ହରାଇ ଚର୍ଚ୍ଚାରେ ବିଜେପି ନେତା ପରବେଶ ବର୍ମା, କେତେ ସଂପତ୍ତିର ମାଲିକ ନୂଆଦିଲ୍ଲୀ ବିଧାୟକ ?

Published By : Tapas Panda | February 8, 2025 8:51 PM

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିପୁଳ ବହୁମତ ହାସଲ କରିଥିବା ବେଳେ ସରକାର ଗଠନ କରିବାକୁ ଯାଉଛି । ସେପଟେ ଦୀର୍ଘ ବର୍ଷ ଧରି ଶାସନରେ ରହିଆସିଥିବା ଆମ ଆଦମୀ ପାର୍ଟି (ଆପ୍‌) ବିରୋଧୀ ଭୂମିକାରେ ନଜର ଆସିବ ।  ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ବିଜେପିର ସବୁଠାରୁ ଚର୍ଚ୍ଚିତ ଚେହେରା ରହିଆସିଛନ୍ତି ପରବେଶ ବର୍ମା । ନୂଆଦିଲ୍ଲୀ ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ପରବେଶ ବର୍ମା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରାୟ ୫ ହଜାର ଭୋଟରେ ପରାସ୍ତ କରିଛନ୍ତି । ପରବେଶ ବର୍ମା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ । 

ଏବେ ସେ ନିର୍ବାଚନରେ ବିଜୟୀ ହୋଇଥିବା ବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ପରବେଶଙ୍କ ସଂପତ୍ତି କେତେ ବୋଲି ଅନେକଙ୍କ ମନରେ ପ୍ରଶ୍ନ । ତାଙ୍କ ପାଖରେ କେତୋଟି ଗାଡ଼ି ଅଛି ? କେତେ ସଂପତ୍ତିର ମାଲିକ ପରବେଶ ବର୍ମା ? ୪୭ ବର୍ଷୀୟ ପରବେଶ ବର୍ମା ସ୍ନାତକୋତ୍ତର ଡିଗ୍ରୀଧାରୀ । ସେ ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବିପୁଳ ଭୋଟରେ ପରାସ୍ତ କରିଛନ୍ତି। ଦିଲ୍ଲୀରେ ଜନ୍ମିତ ପରବେଶ ବର୍ମା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବି.କମ୍ ପାସ୍‌  କରିଛନ୍ତି । ଏହା ବ୍ୟତୀତ ସେ ଗ୍ଲୋବାଲ୍ ଟ୍ରେଡ୍‌ରେ MBA ମଧ୍ୟ କରିଛନ୍ତି । 

ବିଧାନସଭା ନିର୍ବାଚନ ପାଇଁ ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ତାଙ୍କ ୮୯ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ରହିଛି । ତାଙ୍କ ପତ୍ନୀ ସ୍ୱାତୀ ସିଂହଙ୍କ ସମ୍ପତ୍ତିର ମୂଲ୍ୟ ୨୪.୪ କୋଟି ଟଙ୍କା । ଏହି ଦୁଇଜଣଙ୍କ ମିଳିତ ସମ୍ପତ୍ତି ୧୧୩ କୋଟି ଟଙ୍କା। ବର୍ମାଙ୍କ ଦ୍ୱାରା ଘୋଷିତ ଆର୍ଥିକ ବିବରଣୀ ଅନୁସାରେ, ତାଙ୍କର ନଗଦ ୨.୨ ଲକ୍ଷ ଟଙ୍କା ଥିଲା । ୫୨.୭୫ କୋଟି ଟଙ୍କାର ଇକ୍ୱିଟି ଏବଂ ସେୟାର ବଜାର ନିବେଶ ରହିଛି । ତାଙ୍କର ୧୭ ଲକ୍ଷ ଟଙ୍କାର ବୀମା ନିବେଶ ମଧ୍ୟ ଅଛି । ସେହିଭଳି ସ୍ୱାତୀ ସିଂହ ୫.୫ ଲକ୍ଷ ଟଙ୍କାର ବୀମା କରିଛନ୍ତି । ପରବେଶ ବର୍ମାଙ୍କର ଅନେକ କାର ଅଛି । ଏଥିରେ ଟୋୟୋଟା ଫର୍ଚ୍ୟୁନର, ଟୋୟୋଟା ଇନୋଭା ଏବଂ ମହିନ୍ଦ୍ରା XUV ଅନ୍ତର୍ଭୁକ୍ତ । ବର୍ମା କହିଛନ୍ତି ଯେ, ତାଙ୍କ ପାଖରେ ୮.୨୫ ଲକ୍ଷ ଟଙ୍କା ମୂଲ୍ୟର ୨୦୦ ଗ୍ରାମ ସୁନା ମଧ୍ୟ ଅଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.