ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତର ଘଟଣା, ମେଡିକାଲରେ ଚିକିତ୍ସାବେଳେ ମୃତ୍ୟୁ

Published By : Gurupada Nath | October 31, 2024 8:31 PM

ଭାପୁର,୩୧/୧୦: ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ତରବାଲୋ ଗ୍ରାମରେ ବେଆଇନ ବାଣ ତିଆରିବେଳେ ବିସ୍ଫୋରଣ ଘଟି ଗୁରୁତର ଥିବା ବ୍ୟକ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ବେଳେ ମୃତ୍ୟୁ ଘଟିଥିବା ସୂଚନା। ଘଟଣାରୁ ପ୍ରକାଶ ଗୋଳାପୋଖରୀ ପଞ୍ଚାୟତ ତରବାଲୋ ଗ୍ରାମର ଆନନ୍ଦ ଦଳେଇଙ୍କ ପୁଅ ଧନେଶ୍ଵର ଦଳେଇ ବାଣ ତିଆରି କରି ବିକ୍ରି କରିଥାନ୍ତି ‌। ଆଗକୁ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଘର ଭିତରେ ବାଣ ତିଆରି କରୁଥିଲେ । ୨୬ ତାରିଖ ସକାଳେ ବାଣ ଭିଡୁଥିବାବେଳେ ବାଣ ବିସ୍ଫୋରଣ ଘଟି ଧନେଶ୍ଵର ଦଳେଇଙ୍କ ହାତ, ଗୋଡ, ଦେହ ୬୦ପ୍ରତିଶତ ପୋଡ଼ି ଯାଇଥିବାବେଳେ ଘର ଭାଙ୍ଗି ଯାଇଥିଲା। 

ଗୁରୁତର ଭାବରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ଟର ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ । ଫତେଗଡ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହିତ କିଛି ବାଣ ଓ ସାମଗ୍ରୀ ଜବତ କରିଥିଲା । ଆଜି ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଧନେଶ୍ଵର ଦଳେଇଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶରେ ଆଜି ସନ୍ଧ୍ୟାରେ ଶ୍ମଶାନରେ ଶବ ସତ୍କାର କରାଯାଇଥିବା ମୃତ ପରିବାରଙ୍କ ଠାରୁ ସୂଚନା ମିଳିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.