ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : କାର୍‌- ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

Published By : Harapriya Sethi | June 18, 2025 12:38 PM

ବାରିପଦା/ ନଳଗଜା, ୧୮/୦୬: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ ଉକାଶୋଳ ଗାଁର  ନାଗି ହାଁସଦା ଏବଂ ଗୁରୁତର ଶୁଖିଲାଖାଳି ଗାଁର ବଡା ମୁର୍ମୁ ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବନାଞ୍ଚଳ ଅନ୍ତର୍ଗତ ମୋରଡା ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ବୁଧୁବାର ଭୋର ୪ଟା ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ ଉକାଶୋଳ ଗାଁରେ ହାତୀ ପ୍ରବେଶ କରି ଘର ଭାଙ୍ଗି ଦେଇଥିଲେ । ଘର ଭିତରେ ଶୋଇଥିବା ଅବସ୍ଥାରେ ନାଗି ହାଁସଦାଙ୍କୁ ଘୋଷାଡି ଆଣି ଦଳି ଚକଟି ମାରି ଦେଇଥିଲେ । ଖବର ପାଇ ରାସଗୋବିନ୍ଦପୁର ବନବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି ନାଗିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଇଛନ୍ତି ।

କେବଳ ସେତିକି ନୁହେଁ, ହାତୀ ଆକ୍ରମଣରେ ନିକଟସ୍ଥ ଶୁଖିଲାଖାଳି ଗାଁର ବଡା ମୁର୍ମୁ ମଧ୍ୟ ଗୁରୁତର ହୋଇଛନ୍ତି । ସେ ଘର ବାରଣ୍ଡାରେ ଶୋଇଥିବା ବେଳେ ୨୫ ଟିକିଆ ହାତୀ ପଲ ମଧ୍ୟରୁ ଦୁଇଟି ହାତୀ ବଡାଙ୍କୁ ଶୁଣ୍ଢରେ ଟାଣି ଆଣି କଚାଡି ଦେଇଥିଲେ। ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ପାଟି ଶୁଣି ଆସି ହାତୀ ପଲକୁ ଘଉଡାଇବା ପରେ ବଡାଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ସ୍ଥାନୀୟଲୋକେ ।

କହିରଖୁ କି, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ମୋରଡା, ରାସଗୋବିନ୍ଦପୁର ବ୍ଲକରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀ ଆକ୍ରମଣରେ ଜୀବନ ଯିବା ଘଟଣା ଏକ ସାଧାରଣ ଘଟଣା ପାଲଟିଛି । ତେବେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବାରୁ ଅଞ୍ଚଳବାସୀ ଅତିଷ୍ଠ ହେବାସହ ଚାଷ କରିବା ପାଇଁ ଚାଷୀ ଭୟ କରୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.