ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଶ୍ରୀମନ୍ଦିରରେ ରୋଷଶାଳାକୁ ଅଭାବ ଓମ୍‌ଫେଡ୍‌ ଘିଅ, ସୂପକାର ସେବକଙ୍କ ମହଲରେ ଅସନ୍ତୋଷ

Published By : Prameya | February 9, 2025 2:22 PM

ପୁରୀ, ୦୯/୦୩: ଶ୍ରୀମନ୍ଦିର  ରୋଷଶାଳାରେ ଅଭାବ ଦେଖାଗଲାଣି  ଓମ୍‌ଫେଡ୍‌ ଘିଅ । ଆବଶ୍ୟକ ଅନୁଯାୟୀ  ଘିଅ ଓମ୍‌ଫେଡ୍‌ କର୍ତ୍ତୁପକ୍ଷ ଯୋଗାଇ  ପାରୁନାହାନ୍ତି । ଦିନକ ଆଗରୁ ବରାଦ୍‌  କରିବା ସତ୍ତେ୍ୱ ମିଳୁନି ଘିଅ । ଏପରିକି  ୩ରୁ ୪ ଦିନ ଅପେକ୍ଷା କରିବାକୁ ପଡୁଛି  ବୋଲି କହିଛନ୍ତି ସୁଆରମହାସୁଆର  ସେବକ ମଧୁସୂଦନ ସୁଆର ।  

ସେ କହିଛନ୍ତି, ରାଜ୍ୟ ସରକାର  ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି  ଅନୁଯାୟୀ ଶ୍ରୀମନ୍ଦିରରେ କେବଳ  ଓମଫେଡ୍‌ ଘିଅ ବ୍ୟବହାର କରାଯାଉଛି।  ମହାପ୍ରସାଦଠୁ ଆରମ୍ଭ କରି ଶୁଖିଲି  ଭୋଗ ପ୍ରସ୍ତୁତିରେ ଓମ୍‌ଫେଡ ଘିଅ  ବ୍ୟବହାର ହେଉଛି । ଦିନକୁ ପାଖାପାଖି  ୧୦୦ ଟିଣ(୧୫ଲିଟର) ଆବଶ୍ୟକ ।  ହେଲେ ନିଯୋଗ ନିକଟରେ ଆବଶ୍ୟକ  ମୁତାବକ ଘିଅ ମହଜୁଦ ରଖିବାରେ  ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ଫେଲ ମାରିଛନ୍ତି ।  ଆଜକୁ ୩ ଦିନ ହେଲାଣି ଜଣେ କି ଦୁଇ  ଜଣ ନୁହଁନ୍ତି ୩୦ରୁ ଉଦ୍ଧ୍ୱର୍ ସୂପକାର ଘିଅ  ଲାଗି ହନ୍ତସନ୍ତ ହେଲାଣି । ସେମାନେ  ଏକ ପ୍ରକାର ବ୍ୟବସାୟରେ ହାତ ବାନ୍ଧି  ବସିଛନ୍ତି । ତେବେ ଏନେଇ ପଚାରିବାରୁ  କେବେ ଘିଅ ଆସିବ ତାହାର ସ୍ପଷ୍ଟ  ଉତ୍ତର ମିଳି ପାରୁନାହିଁ । 

ଅନ୍ୟପକ୍ଷରେ  ଆବଶ୍ୟକତାଠାରୁ କମ୍‌ ଘିଅ ବାହାରୁ  ଅଣାଯାଉଛି । କେବଳ ଓମ୍‌ଫେଡ୍‌ ବ୍ରାଣ୍ଡ  ବ୍ୟବହାର ଲାଗି କହିଥିବା ବେଳେ  ବାହାର ବଜାରରୁ ଅଧିକ ଦରରେ  କିଣିବାକୁ ପଡୁଛି । ପ୍ରଥମରୁ ଆସୁଥିବା  ଘିଅ ଭଲ ରହିଥିଲା । ଏବେ ଟିଣରୁ  ଟେଳା ଟେଳା ବାହାରିବା ସହ ବାସ୍ନା ନାହିଁ  ବୋଲି ଶ୍ରୀ ସୁଆର କହିଛନ୍ତି । ତେବେ  ଏହାକୁ ନେଇ ସୂପକାର ସେବକଙ୍କ  ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ତେଣୁ  କର୍ତ୍ତୃପକ୍ଷ ଏହା ଉପରେ ଦୃଷ୍ଟି ଦେବାକୁ ଶ୍ରୀ  ସୁଆର ଦାବି କରିଛନ୍ତି । ଏସମ୍ପର୍କରେ  ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ  ସାହୁ କୁହନ୍ତି, ଉକ୍ତ ଘଟଣା ସମ୍ପର୍କରେ  ସୁଆର ମହାସୁଆର ନିଯୋଗ ଏବଂ  ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା  କରାଯାଇ ସମସ୍ୟା ସମାଧାନ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.