ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଦୂତୀ ଚାନ୍ଦଙ୍କ ବିଏମ୍‌ଡବ୍ଲୁ କାର୍‌କୁ ଧକ୍କା ଦେଲା ଟ୍ରକ୍, ମଧୁପାଟଣା ଥାନାରେ ଏତଲା

Published By : Prameya | December 13, 2024 11:37 AM

କଟକ,୧୩/୧୨: କ୍ରୀଡ଼ାବିତ୍‌ ଦୂତୀ ଚାନ୍ଦଙ୍କ କାର୍‌ ୧୬ ନଂ. ଜାତୀୟ ରାଜପଥର  କଟକ ମଧୁପାଟଣା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୂତୀ ତାଙ୍କ ବିଏମ୍‌ଡବ୍ଲୁ  କାର୍‌ରେ ଯାଜପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ମଧୁପାଟଣା ଛକ ନିକଟରେ ଏକ  ଟ୍ରକ୍‌ ଚେଚିସ୍‌ ଗାଡ଼ି ଧକ୍କା ଦେଇଥିଲା ।  ଦୁର୍ଘଟଣାରେ ଦୂତୀଙ୍କର କୌଣସି କ୍ଷତି  ହୋଇନଥିବା ବେଳେ ତାଙ୍କ ଗାଡ଼ି  କ୍ଷତିଗ୍ରସ୍ତ ହୋଇଛି । ଏନେଇ ଦୂତୀଙ୍କ  ପକ୍ଷରୁ ମଧୁପାଟଣା ଥାନାରେ ଏକ  ଏତଲା ଦିଆଯାଇଛି । ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ କାର୍‌ ଓ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ  କରି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଜାମସେଦ୍‌ପୁରରୁ ବେଙ୍ଗାଲୁର ଅଭିମୁଖେ ଯାଉଥିଲା ବୋଲି ଜଣାଯାଇଛି । 

ସୂଚନାଯୋଗ୍ୟ, ଜାତୀୟ ରାଜପଥର  ମଧୁପାଟଣା ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଛି । ନିକଟରେ ଥିବା ମଧୁପାଟଣା ଥାନା ଓ  ଟ୍ରାଫିକ୍‌ ଥାନା ପକ୍ଷରୁ ମଧ୍ୟ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇବା ପାଇଁ କୌଣସି ପ୍ରତିକାରତ୍ମକ  ପଦକ୍ଷେପ ନିଆଯାଉନାହିଁ । ସେହିପରି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୁର୍ଘଟଣା  ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଏହି ଅଞ୍ଚଳ ଏବେ ଦୁର୍ଘଟଣା ପ୍ରବଣ ଇଲାକା ହୋଇଯାଇଛ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.