ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଛଅ ମାସ ହେଲା ବୃଦ୍ଧାଙ୍କୁ ମିଳୁନି ଭତ୍ତା, ଦୁର୍ଦ୍ଦିନରେ କଟୁଛି ଜୀବନ

Published By : Suraj Kumar | August 13, 2025 9:57 PM

ଜହ୍ନାପଙ୍କ, ୧୩/୮:ରାଜ୍ୟ ଓ କେନ୍ଦ୍ର ସରକାର ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। ଏହା ବୃଦ୍ଧବୃଦ୍ଧା ଓ  ଭିନ୍ନକ୍ଷମଙ୍କୁ ସେମାନଙ୍କ ଅଭାବ ଅସୁବିଧାକୁ ଦୂର କରିବା ସହାୟକ ହୋଇଥାଏ।  ବୌଦ୍ଧ ବ୍ଲକ ମୁଣ୍ଡିପଦର ପଂଚାୟତ ଅନ୍ତର୍ଗତ ପିଂଗିଲାବେଡା ଗ୍ରାମର ପ୍ରେମସିଲା କଲତା (୬୭)ଙ୍କୁ ଛଅ ମାସ ହେଲା ଭତ୍ତା ମିଳୁନି।  ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଗୁରୁବାର ବୌଦ୍ଧ କାର୍ଯ୍ୟାଳୟକୁ ଆସି ଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କର ଦୁଃଖ ଜଣାଇଥିଲେ। ଭତ୍ତା ମିଳୁନଥିବାରୁ ଅତି କଷ୍ଟରେ  ସେ ଜୀବନ ଯାପନ କରୁଛନ୍ତି ବୋଲି କହିଛନ୍ତି।

ଏନେଇ ବିଏସଏସଓ ରଂଜିତ ମହାନ୍ତିଙ୍କୁ  ଯୋଗାଯୋଗ କରିବାରୁ ଜାନୁଆରୀ ମାସରେ ମଞ୍ଜୁର ନହୋଇ ତାଙ୍କ ଏକାଉଣ୍ଟକୁ ବର୍ଦ୍ଧିତ ଭତ୍ତା ୧୨ ଶହ ଟଙ୍କା ଯାଇଛି। ସେଥିପାଇଁ ତାଙ୍କର ଭତ୍ତା ହୋଲଡ଼ କରାଯାଇଛି । ତେବେ ଆବଶ୍ୟକ କାଗଜପତ୍ର ଦେଲେ ଭତ୍ତା ମଞ୍ଜୁର କରାଯିବ ବୋଲି କହିଥିଲେ।  ବ୍ଲକ  ପ୍ରଶାସନର ଭୁଲ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ହିତାଧିକାରୀ । କେବଳ ପ୍ରେମସିଲା ନୁହଁନ୍ତି ପଂଚାୟତର ଅନେକ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ଦୀର୍ଘ ୬ ମାସ ହେଲା ଭତ୍ତା ପାଉନାହାନ୍ତି। ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.