ହରଭଙ୍ଗା , ୧୧।୮ : ହରଭଙ୍ଗା ବ୍ଲକର ବିଭିନ୍ନ ପ୍ରକଳ୍ପ ଜିଲ୍ଲାପାଳ ବିଭୂତି ଭୁଷଣ ନାୟକ ସୋମବାର ପରିଦର୍ଶନ କରିଛନ୍ତି l ପାଣି ଘରା ନିକଟରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପର ଇନଟେକ ଉଏଲ,ଧଳପୁର ନିକଟରେ ଉଦ୍ୟାନ କୃଷି ବିଭାଗର ପାମ୍ ଚାଷ, ପୀତାମ୍ବରପୁର ଠାରେ ମିଶନ୍ ଶକ୍ତି GPLF କୋଠା ପରିଦର୍ଶନ କରିବା ସହ ପୁରୁଣା କଟକ ଠାରେ ସଫେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l
ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ,ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଯୋଗେନ୍ଦ୍ର ମହାପାତ୍ର ଓ ବ୍ଲକ ବିଭାଗୀୟ ଅଧିକାରୀ ଯୋଗ ଦେଇ ଥିଲେ l