ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ

Published By : Harapriya Sethi | October 9, 2024 11:45 AM

ବଣାଇ, ୦୯/୧୦:  ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ମଙ୍ଗଳବାର ନିଖୋଜ ହୋଇଥିଲେ ବୃଦ୍ଧ । ବୁଧବାର ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ବଣାଇ ଅଗ୍ନିଶମ ବିଭାଗ । ମୃତକ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟ ଗାଁ ନିକଟସ୍ଥ ସୁଆର ପାଲି ଗ୍ରାମର ସନାତନ ନାୟକ(୬୨) ବୋଲି ଜଣାପଡ଼ିଛି । ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି ।

ସୂଚନା ମୁତାବକ, ବୃଦ୍ଧ ଜଣକ ମଙ୍ଗଳବାର ସନ୍ଧ୍ୟା ସମୟରେ ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇଥିଲେ । ଅନେକ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକ ନଦୀ ପଠାକୁ ଯାଇ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା । ସେ ନଦୀରେ ଭାସି ଯାଇଥିବା ସନ୍ଦେହ କରି ବଣାଇ ଅଗ୍ନିଶମ ବାହିନୀକୁ ଖବର ଦଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ସ୍ରୋତରେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥଲେ । ସନ୍ଧ୍ୟା ହେବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହେବାରୁ କର୍ମଚାରୀ ମାନେ ଫେରିଯାଇଥିଲେ । ବୁଧବାର ସକାଳୁ ବଡ଼ଗାଁ ନିକଟରେ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ପୁଣି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଉଦ୍ଧାର କରିବା ପରେ ମୃତଦେହର ଚିହ୍ନଟ କରାଯାଇଥିଲା । ପରେ ଏନେଇ ଲହୁଣୀପଡ଼ା ପୋଲିସକୁ ଖବର ଦେଇଥିଲେ ମୃତକଙ୍କ ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.