ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଓଡିଏମ୍‌ର ବାର୍ଷିକ ଉତ୍ସବ ‘ମାତୃତ୍ୱ-୨୦୨୫’ ଉଦ୍‌ଯାପିତ : ‘ଶ୍ରେଷ୍ଠ ଶିକ୍ଷା, ପ୍ରଶିକ୍ଷଣ ଏବଂ ବିଚାରଧାରା ହିଁ ଉତ୍ତମ ସ୍ୱପ୍ନକୁ ଜନ୍ମ ଦିଏ’

Published By : Prameya | January 13, 2025 8:05 PM

ଭୁବନେଶ୍ୱର, ୧୧।୧ : ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ୩୫ତମ ବାର୍ଷିକ ଉତ୍ସବ ‘ମାତୃତ୍ୱ-୨୦୨୫’ବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ଅତିଥି ଭାବେ  ବିଜେପି ଓଡିଶା ଶାଖାର ଉପ-ସଭାପତି ଗୋଲକ ମହାପାତ୍ର ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ତଥା ଭାରତ ସରକାରଙ୍କ ପଲିମର ବିଜ୍ଞାନ ଏବଂ ଇଞ୍ଜିନିୟରିଙ୍ଗ୍‌ (ସିପେଟ୍‌)ର ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପୂର୍ବତନ ମହା-ନିର୍ଦ୍ଦେଶକ ପ୍ରଫେସର ଡ. ସଞ୍ଜୟ କୁମାର ନାୟକ ଯୋଗ ଦେଇଥିଲେ ।

ଉପ-ମୁଖ୍ୟମନ୍ତ୍ରୀ କହିଥିଲେ  ଯେ ଶ୍ରେଷ୍ଠ ଶିକ୍ଷା, ପ୍ରଶିକ୍ଷଣ ଓ ବିଚାରଧାରା ହିଁ ଉତ୍ତମ ସ୍ୱପ୍ନକୁ ଜନ୍ମ ଦିଏ। ତେଣୁ ଆତ୍ମବିଶ୍ୱାସ ସହ ନିରନ୍ତର ଚେଷ୍ଟା ଜାରି ରଖିଲେ ଶିକ୍ଷାର୍ଥୀ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିବେ । ଏଥି ସହ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନୂଆ ସମାଜ ଗଠନରେ ଛାତ୍ର-ଛାତ୍ରୀମାନଙ୍କୁ ଉଚିତ୍‌ ମାର୍ଗ ଦର୍ଶନ କରନ୍ତୁ । ଏହା ସହିତ ମାତୃଭୂମି ଓ ମାତୃଭାଷାର ମୂଳଭିତ୍ତି ସମ୍ପର୍କରେ ସୂଚନା ଦେବା ସହ ପୌରାଣିକ ଉଦାହରଣ ମାଧ୍ୟମରେ ପିଲାମାନଙ୍କମଧ୍ୟରେ ଗୁଣାତ୍ମକ ମୂଲ୍ୟବୋଧ ଜାଗ୍ରତ କରାଇଥିଲେ । ଏଥିସହ ବିଭିନ୍ନ କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କ କୃତିତ୍ୱକୁ ଭୂୟସୀ ପ୍ରଶଂସା କରିଥିଲେ।

ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ଅଭିଭାଷଣରେ ଛାତ୍ର-ଛାତ୍ରୀମାନଙ୍କୁଶୃଙ୍ଖଳିତ ଓ ଚରିତ୍ରବାନ ହେବାକୁ ଦିଗ୍‌ଦର୍ଶନ ଦେଇଥିଲେ । ଡ. ନାୟକ ତାଙ୍କ ବକ୍ତବ୍ୟରେ ନୂତନ ଶିକ୍ଷାନୀତି ସମ୍ପର୍କରେ ଅବଗତ କରାଇବା ସହ ସେବା, ସମର୍ପଣ, ସଂସ୍କାର ବିଦ୍ୟାର୍ଥୀମାନଙ୍କର ଜୀବନର ବ୍ରତ ହେଉ ବୋଲି ଉଦ୍‌ବୋଧନ ଦେଇଥିଲେ । ପ୍ରତିଷ୍ଠାତା ଡ. ମୀନକେତନ ପିତାମାତାଙ୍କ ଉପଦେଶକୁ ଚିନ୍ତନ ଓ ମନନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର (ଡଃ) ପି.କେ. ଦାସ, ଶିକ୍ଷା-ନିର୍ଦ୍ଦେଶକ ଡ. ଆର୍ତ୍ତତ୍ରାଣ ମିଶ୍ର, ଉପାଧ୍ୟକ୍ଷ ଡ. ରାଜେଶ୍‌ କୁମାର ପାଢୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷା ଡ. ସନ୍ଧ୍ୟାରାଣୀ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ, ସାଂସ୍କୃତିକ ବିଚିତ୍ରା ସମସ୍ତ ଅତିଥି ଓ ଅଭିଭାବକମାନଙ୍କୁ ମୁଗ୍ଧ ଓ ଭାବବିହ୍ୱଳ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.