ଭୁବନେଶ୍ୱର,୨୪/୫: ପବିତ୍ର ସାବିତ୍ରୀ ବ୍ରତ ଅବସରରେ ସିନେ ପରଦାରେ ମୁକ୍ତିଲାଭ କରିବ ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ଭାବାନ୍ତର’ । ଏଥିରେ ସୂର୍ଯ୍ୟମୟୀ, ଅଭିଷେକ ଗିରି, ରବି ତ୍ରିପାଠୀ, ମିଲନ୍, ବିନାୟକ ମିଶ୍ର, ସରୋଜ ନନ୍ଦ, ମମତା ସାହୁ ଓ ପ୍ରିୟା ବିଶୋଇ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ପତି, ପତ୍ନୀ ଓ ପ୍ରେମିକଙ୍କ ତ୍ରିକୋଣୀୟ ସଂପର୍କକୁ ନେଇ ଗଢ଼ିଉଠିଥିବା ଅଜୟ ମହାପାତ୍ରଙ୍କ କାହାଣୀ ଆଧାରିତ ଏହି ଛବିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଅନନ୍ତ ମହାପାତ୍ର। ଧ୍ରୁବାନନ୍ଦ ପଣ୍ଡା ଏହାର ସିନେମାଟୋଗ୍ରାଫର୍। ଶକ୍ତି ପ୍ରସାଦ ମିଶ୍ର ଏଥିରେ ସ୍ବରସଂଯୋଜନା କରିଥିବା ବେଳେ ଗୀତ ରଚନା କରିଛନ୍ତି ବର୍ଷିୟାନ୍ ଗୀତିକାର ଦେବଦାସ ଛୋଟରାୟ। ସୁସ୍ମିତା ଦାସ ଏଥିରେ କଣ୍ଠଦାନ କରିଛନ୍ତି। ଫିଲ୍ମର ଟ୍ରେଲର ଉନ୍ମୋଚନ କାର୍ଯ୍ୟକ୍ରମ ଶନିବାର ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟାଭବନ ରେ ଅନୁଷ୍ଠିତ ହୋଇଛି|