ଭୁବନେଶ୍ୱର,୨୬/୦୬: ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ନୀଳ ଜହର ବ୍ୟବସାୟୀଙ୍କ ଉପରେ ହେବ ଆକ୍ସନ । ଏ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କରିଛନ୍ତି ।
ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ବିଭିନ୍ନ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ସ୍ଥାନରେ ଚୋରା ବ୍ୟବସାୟୀମାନେ ବେଆଇନ ଭାବେ ଗଞ୍ଜେଇ ଚାଷ କରୁଛନ୍ତି । ଚଳିତ ବିଭିନ୍ନ ସ୍ଥାନ ସର୍ବାଧିକ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଆଗାମୀ ଦିନରେ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନକୁ ଆହୁରି ବ୍ୟାପକ କରାଯିବ । ଜନଜାତି ଗରିବ ଲୋକଙ୍କୁ ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି ସରକାର ସେମାନଙ୍କ ଉପରେ ନଜର ରଖିଛନ୍ତି । ଗଞ୍ଜେଇ ଚାଷକୁ ବନ୍ଦ କରି ଜନଜାତିଙ୍କ ପାଇଁ ଜୀବନ ଜୀବିକା ପାଇଁ କ'ଣ ବିକଳ୍ପ ବ୍ୟବସ୍ଥା ହୋଇପାରିବ ସେନେଇ ପୁଲିସ ବିଭାଗ ସହ ଆଲୋଚନା କରାଯାଉଛି । ସେମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ କରାଇବା ଓ ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।