ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ

Published By : Prameya | June 24, 2025 9:57 AM

ଭୁବନେଶ୍ୱର,୨୪/୦୬: ବୁଧବାର ବିଏମ୍‌ସି  କର୍ପୋରେସନ ବୈଠକ ବସିବ । ତା ପୂର୍ବରୁ ସୋମବାର ସମସ୍ତ ଷ୍ଟାଣ୍ଡିଂ କମିଟି ବୈଠକ ଶେଷ ହୋଇଛି । ସୋମବାର ମେୟରଙ୍କ ଅଧ୍ୟକ୍ଷତାରେ କଣ୍ଟ୍ରାକ୍ଟସ୍‌ କମିଟି ବୈଠକ ବସିଥିଲା । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ  ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଛି । ଆସନ୍ତାକାଲି କର୍ପୋରେସନ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିବ ।  ସହର ଜଳବନ୍ଦୀ ପ୍ରସଙ୍ଗକୁ ନେଇ ଏଥର ବିରୋଧୀ  ଶାସକ ବିଜେଡିକୁ ଘେରିବାର ସମ୍ଭାବନା ରହିଛି । ସହର  ବିଭିନ୍ନ ଅଞ୍ଚଳ ବର୍ଷା ହେଲେ ବୁଡୁଛି । କଟକରୋଡ,  ଇସ୍କନ, ସୌଭାଗ୍ୟନଗର, ପଞ୍ଚଶଖାନଗର ଭଳି ଅଞ୍ଚଳ  ପାଣିରେ ଉବୁଟୁବୁ ହେଉଛି । 

ସେହିପରି ମୁକୁଳା  ଡ୍ରେନ୍‌ ବି ଚିନ୍ତା ବଢାଇଛି । ବିଭିନ୍ନ ସ୍ଥାନରେ ଡ୍ରେନ୍‌  ମୁକୁଳା ପଡିଛି । ଫଳରେ ପୂର୍ବ ବର୍ଷ ପରି ଏଥର ମଧ୍ୟ ଅଘଟଣା ଆଶଙ୍କା ରହିଛି । ଆଗକୁ ବର୍ଷା ଆସୁଥିବା  ବେଳେ ଏହାର ସଠିକ ମୁକାବିଲା ପାଇଁ ବୈଠକରେ  ଆଲୋଚନା ହେବାର ସମ୍ଭାବନା ରହିଛି । ବର୍ଷା  ପୂର୍ବରୁ ଏବେ ବିଭିନ୍ନ ସ୍ଥାନରେ ନାଳ ସଫା କରାଯାଉଛି ।  ଡ୍ରେନ୍‌ରୁ ପଙ୍କ କାଢି ରାସ୍ତାରେ ଗଦା କରୁଛନ୍ତି । ହେଲେ  ଏହାକୁ ଉଠାଯାଉନି । କ୍ୟାପିଟାଲ ହସ୍ପିଟାଲ ଚକ୍ଷୁ ବିଭାଗ  ରାସ୍ତାରେ ଦୀର୍ଘଦିନ ହେବ ରାସ୍ତା ପଙ୍କ କଢାଯାଇଛି ।  ରାସ୍ତାରେ ଗଦା ହୋଇଛି । ବର୍ଷାରେ ପୁଣି ପଙ୍କ ଡ୍ରେନ୍‌ରେ  ପଶୁଛି । ବର୍ଷା ପୂର୍ବରୁ ଭୁବନେଶ୍ୱରେ ଡେଙ୍ଗୁ ସ୍ଥିତି  ଗମ୍ଭୀର । ସଂଖ୍ୟା ୪୪ ଡେଇଁଲାଣି । ୱାର୍ଡରୁ ପ୍ରତିଦିନ ରୋଗୀ ଚିହ୍ନଟ ହେଉଛନ୍ତି । ବିଏମ୍‌ସି ପକ୍ଷରୁ କୌଣସି  ପଦକ୍ଷେପ ଗ୍ରହଣ କରାଯାଉନି । କିଛି କର୍ପୋରେଟର  ଏହି ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.