ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ନୂଆଁଖାଇର୍‌ ଲାଗିଁ ଗହଗହ ମହମହ: ଘରକୁ ଫେରିବା ଲାଗି ବସ୍‌, ଟ୍ରେନ୍‌ରେ ମିଳୁନି ସିଟ୍‌, ଆଗକୁ ସ୍ୱତନ୍ତ୍ର ଟ୍ରେନ ଦାବି

Published By : Manoj | August 26, 2025 2:53 PM

ସମ୍ବଲପୁର,୨୬/୦୮: ଘର ଲିପାପୋଛା ସରିଛି ।  ଚୂନ ଲଗେଇ କିଏ ଚକାଚକ କଲାଣି ତ ଆଉ କିଏ ଗୋବର  ଲେପି ଘରକୁ ସଜଉଛି । ବାହାରେ କାମକୁ ଯାଇଥିବା ପୁଅ ବି ଫେରୁଛି । ଝିଅ ବି ପାଠପଢ଼ାରୁ ଆସିବାକୁ ଅନେଇ ବସିଛି ।  କକା, ଖୁଡ଼ି, ପରିବାର ପରିଜନ ସମସ୍ତେ ଏକାଠି ହେବେ ।  ଏକାସାଙ୍ଗରେ ନୂଆଁ ଖାଇବେ । ବର୍ଷଯାକର ବିବାଦ ତୁଟାଇ  ପୁଣି ଦଦା, ଭାଇ ଏକାଠି ମିଶିବେ । ବଡ଼ ଭାଇ ହାତରୁ ସାନ  ନବାନ୍ନ ଖାଇବ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ଦିନକ ପରେ  ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ସବୁ ଘର ଏବେ ଚଳଚଞ୍ଚଳ ।    

ନବାନ୍ନ ଭକ୍ଷଣ ପାଇଁ ନିଜ ନିଜ ଜାତିର ପ୍ରଥା ଅନୁସାରେ  କୁରେଇ ଓ ମହୁଲ ପତ୍ର ତୋଳି ଦନା ପ୍ରସ୍ତୁତିରେ  ମହିଳାମାନେ ବ୍ୟସ୍ତ ଅଛନ୍ତି । ଖଇ ବା ଲିଆରୁ ଜୁଗାର ପ୍ରସ୍ତୁତି ସହିତ ପିଠାପଣା ପାଇଁ ଚାଉଳ ଚୂନା ତିଆରି  କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏଥର  ଲମ୍ବା ଛୁଟି ନେଇ ପରିବାର ସସଦ୍ୟ ଫେରୁଛନ୍ତି । ଗୁରୁବାର ନୂଆଁଖାଇ ଛୁଟି ରହିଛି । ପରଦିନକୁ  ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ତେଣୁ ଶନିବାର ଓ  ରବିବାର ଛୁଟିରେ ରହି ଏକାଥରକେ ସୋମବାରକୁ ଯିବେ ।  ତେଣୁ ପରିବାର ସଦସ୍ୟ ଘରମୁହାଁ ହେଲେଣି ।   ଏପଟେ, ଘରକୁ ଆସିବାକୁ ଥିବା ପଶ୍ଚିମ ଓଡ଼ିଶା ଲୋକଙ୍କ  ପାଇଁ ବସ୍‌ ଓ ଟ୍ରେନ୍‌ରେ ଟିକଟ୍‌ ମିଳୁନି । ୨୬ ଏବଂ ୨୭  ତାରିଖରେ ପାଇଁ ସମ୍ବଲପୁରକୁ ଆସୁଥିବା ସମସ୍ତ ଟ୍ରେନ୍‌ରେ ଆଉ  ବୁକିଂ ହୋଇପାରୁନି । ବିଶେଷ ଭାବେ ଭୁବନେଶ୍ୱର, କୋଲକାତା,  ଦିଲ୍ଲୀ ଏବଂ ଅନ୍ୟ ସହରର ପାଇଁ ଟ୍ରେନ୍‌ ବୁକିଂ ସରିଯାଇଛି ।  

ଏମିତି କି, ଭୁବନେଶ୍ୱରରୁ ଆସୁଥିବା ପ୍ରାୟ ସବୁ ବସ୍‌ ସିଟ୍‌ ବିକ୍ରି  ସରିଛି । ତେଣୁ କିଛି ଲୋକ ଏବେ ଏକାଠି ହୋଇ ଗାଡ଼ି ଭଡ଼ା  କରି ଆସିବାକୁ ଯୋଜନା ମଧ୍ୟ କରୁଛନ୍ତି । ହେଲେ ଦିନମଜୁରୀ  କରିବାକୁ ଯାଇଥିବା ଲୋକଙ୍କ ପାଇଁ ବହୁ ଅସୁବିଧା ହେଉଛି ।  ତେଣୁ ଆସନ୍ତା ବର୍ଷଠାରୁ ନୂଆଁଖାଇ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଯାଉ । ଛଟ୍‌ ପୂଜା ଅବସରରେ ବିହାର ଓ ଝାଡଖଣ୍ଡ ପାଇଁ  ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ହେଉଛି । ତେଣୁ ପଶ୍ଚିମ ଓଡ଼ିଶାବାସୀଙ୍କ  ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.