ପ୍ରମୂଖ ଖବର
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ଭୁବନେଶ୍ବରରେ ଖୋଲିବ NSD ଶାଖା, ସୂଚନା ଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

Published By : Tapas Panda | November 1, 2024 11:39 PM

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ବିଶେଷ କରି କଳା ପ୍ରତି ରୁଚି ରଖୁଥିବା ଲୋକମାନଙ୍କ ପାଇଁ ଉତ୍ସାହଜନକ ଖବର ଆସିଛି । ଦିଲ୍ଲୀରେ ଥିବା ପ୍ରସିଦ୍ଧ ତଥା ଲୋକପ୍ରିୟ ନ୍ୟାସନାଲ୍‌ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ଶାଖା ଭୁବନେଶ୍ବରରେ ଖୋଲିବ । ଫଳରେ ଓଡ଼ିଶାର ପ୍ରତିଭାଙ୍କୁ ଖୁବ ସୁନ୍ଦର ମଞ୍ଚଟିଏ ମିଳିପାରିବ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଖୋଲିବ ଜାତୀୟ ନାଟ୍ୟ ବିଦ୍ୟାଳୟ (NSD)ର ଶାଖା । ଭୁବନେଶ୍ୱରରେ ସ୍ଥାପନ ହେବ ନୂଆ କ୍ୟାମ୍ପସ୍‌ । କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ଏନଏସ୍‌ଡିର ଏହି ଶାଖା । ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ପାଠ୍ୟକ୍ରମ ଆରମ୍ଭ ହେବ। 

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅନେକ ବିଭାଗ ଥିଲେ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଅଭିନୟ, ଲିଖନ, ଡିଜାଇନ୍ ଓ ନିର୍ଦ୍ଦେଶନା ଉପରେ ପାଠପଢା ହେବ । ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବର ବିଷୟ । ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। 

ଖୁବଶୀଘ୍ର ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଶାଖା ପାଇଁ ସ୍ଥାୟୀ ଜମି ଚିହ୍ନଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଶିଷ୍ଟ ଅଭିନେତା ପରେଶ ରାୱଲ ଏନଏସଡିର ଅଧ୍ୟକ୍ଷ ଥିବା ବେଳେ ଓଡ଼ିଶାର ବିଶିଷ୍ଟ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ଅଜିତ ଦାସ, ସୂର୍ଯ୍ୟ ମହାନ୍ତିଙ୍କ ଭଳି ବହୁ ବ୍ୟକ୍ତିତ୍ବ ଏହି ବିଦ୍ୟାଳୟରୁ ଶିକ୍ଷାଲାଭ କରିଛନ୍ତି । 

 

  • bhubaneswar
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.