ପ୍ରମୂଖ ଖବର
  • ନିଜ ଉପରେ ଭରସା ରଖିପାରୁ ନାହାନ୍ତି ପାକିସ୍ତାନୀ ନେତା…ସଂସଦରେ କାନ୍ଦିଲେ ସାହବାଜଙ୍କ ଦଳର ସାଂସଦ… କହିଲେ ‘ହେ ଆଲ୍ଲା ଆମକୁ ରକ୍ଷା କର’…
  • ||
  • ‘ପାକିସ୍ତାନକୁ ରକ୍ଷା କରିବାକୁ ହେଲେ ଅସୀମ ମୁନିରଙ୍କୁ ହଟାଅ!’, ସେ ଜଣେ ପାଗଳ’, ନିଜ ଦେଶର ସେନାକୁ ପୂର୍ବତନ ସୈନିକଙ୍କ ସମାଲୋଚନା…
  • ||
  • ଜମି ବଦଳରେ ଚାକିରି ମାମଲାରେ ବଢିଲା ଲାଲୁ ଯାଦବଙ୍କ ଅଡୁଆ, ମାମଲା ଚାଲୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ…
  • ||
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ପାକ୍ ସେନାକୁ ପୂର୍ଣ୍ଣ କ୍ଷମତା ଦେଲେ ଶେହବାଜ୍; ଏପଟେ ଆମେରିକା, ବ୍ରିଟେନ, ସାଉଦି ସମେତ ଏହି ସବୁ ଦେଶ ସହ କଥା ହେଲେ NSA ଅଜିତ ଡୋଭାଲ୍…

Published By : Prameya | May 7, 2025 5:41 PM

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ଭାରତ ନେଇଛି। ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି । ଏହି ସମୟରେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଆମେରିକା,ବ୍ରିଟେନ,ସାଉଦି ଆରବ ଏବଂ ଜାପାନର ତାଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସେ ରୁଷ ଏବଂ ଫ୍ରାନ୍ସର ଅଧିକାରୀଙ୍କ ସହିତ ମଧ୍ୟ ଯୋଗାଯୋଗ କରିଥିଲେ।

ଏନଏସଏ ଡୋଭାଲ ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷଙ୍କୁ ପାକିସ୍ତାନ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ମୁକାବିଲା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଛନ୍ତି। ଡୋଭାଲ ତାଙ୍କ ପ୍ରତିପକ୍ଷଙ୍କୁ କହିଛନ୍ତି ଯେ,ଭାରତର ଉତ୍ତେଜନା ବୃଦ୍ଧି କରିବାର କୌଣସି ଉଦ୍ଦେଶ୍ୟ ନାହିଁ କିନ୍ତୁ ଯଦି ପାକିସ୍ତାନ ଏପରି କରିବାକୁ ନିଷ୍ପତ୍ତି ନିଏ ତେବେ କଡ଼ା ଜବାବ ଦେବାକୁ ପ୍ରସ୍ତୁତ।

ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୁଇ ସପ୍ତାହ ପରେ ଏକ କଡ଼ା ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ । ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଯେଉଁଥିରେ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ଗଡ଼ ଅନ୍ତର୍ଭୁକ୍ତ ରହିଛି।

ଏହି ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ, ଭାରତ ତା'ର ଆକ୍ରମଣାତ୍ମକ ମନୋଭାବରୁ ପଛକୁ ହଟିଲେ ହିଁ ଏହି ଉତ୍ତେଜନା ଶେଷ ହୋଇପାରିବ। ତାଙ୍କ ବୟାନ ପରେ, ପାକିସ୍ତାନୀ ସେନା ଭାରତର ବାୟୁସେନା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଶାହବାଜ ସରିଫଙ୍କୁ ଅନୁମତି ମାଗିଥିଲା। ଏହା ଉପରେ ଶାହବାଜ କହିଥିଲେ ଯେ ସେ ତାଙ୍କ ସେନାକୁ ମୁକ୍ତ ହାତ ଦେଇଛନ୍ତି। ସେ କହିଥିଲେ ଯେ ସେନାର ପୂର୍ଣ୍ଣ କ୍ଷମତା ରହିଛି।

ଭାରତର ବିମାନ ଆକ୍ରମଣ ପରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଜାତୀୟ ସୁରକ୍ଷା ପରିଷଦ (NSC)ର ଏକ ବୈଠକର ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସମସ୍ତ ସଶସ୍ତ୍ର ବାହିନୀର ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। NSC ବୈଠକ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଏବଂ ସୁରକ୍ଷା ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.