ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ନଭେମ୍ବର ୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଜନଜାତି ଗୌରବ ଦିବସକୁ ଉଦଘାଟନ କରିବେ

Published By : Prameya | November 9, 2024 1:17 PM

ଭୁବନେଶ୍ୱର ୦୯/୧୧: ଆସନ୍ତା ନଭେମ୍ବର ୧୫ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନଜାତି ଗୌରବ ଦିବସକୁ ଉଦଘାଟନ କରିବେ ପିଏମ୍। ରାଉରକେଲାରେ ଆୟୋଜିତ ହେବ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ।

ମନ୍ତ୍ରୀ କହିଛନ୍ତି, ଜନଜାତି ଲୋକଙ୍କ ପାଇଁ ଗୌରବର ବିଷୟ ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି ଅବସରରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ । ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ । ଏ ବର୍ଷ ଜନଜାତି ଗୌରବ ବର୍ଷ ପାଳନ କରାଯିବ । ଆସନ୍ତା ୧୫ ତାରିଖରେ ଆଦିବାସୀଙ୍କ ଅଧିକାର । ପେଶା ଆଇନ,ଜଙ୍ଗଲ ଅଧିକାର ଆଇନରୁ ଜନଜାତି ଯେଉଁଭଳି ବଞ୍ଚିତ ହେଉଛନ୍ତି, ବିଭିନ୍ନ ସମୟରେ ନିର୍ଯାତିତ ହେଉଛନ୍ତି, ଏହାକୁ ଗୁରୁତ୍ବର ସହ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଯେଉଁ ୩୩ ରୁ ୩୪ ପ୍ରତିଶତ ଜନଜାତି ଲୋକ ଅଛନ୍ତି, ତାଙ୍କର କିଭଳି ବିକାଶ ହେବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ତତ୍ପର ଅଛନ୍ତି । 

ପଞ୍ଚାୟତିରାଜ ବିଭାଗ ପେଶା ଏବଂ ଜଙ୍ଗଲ ଅଧିକାର ଆଇନକୁ ନେଇ ଆସନ୍ତା ୧୫ ତାରିଖରେ ୭ ହଜାର ୬ ଶହ ୬୭ଟି ଗ୍ରାମସଭା କରିବ । ଏହାକୁ ନେଇ ପଞ୍ଚାୟରିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମସଭାର ମୁଖ୍ୟ ପୁରୋଧା ହେବେ ସରପଞ୍ଚ । PEO ମାନେ ସେହି ସଭାକୁ ପରିଚାଳନା କରିବେ । ପେଶା ଓ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯିବ । ଏହି ଗ୍ରାମସଭା ପାଇଁ ଟ୍ରେନର ଅଛନ୍ତି ।  ସେମାନେ ସେହି ଜାଗାକୁ ଯିବେ । ସେମାନଙ୍କୁ ଅବଗତ କରାଇବେ । ମା’ ପାଇଁ ଗଛଟିଏ ଲଗାଇବା ନେଇ ବ୍ୟବସ୍ଥା ଅଛି । ପେଶା ଆଇନକୁ ଖୁବ ଶୀଘ୍ର ଲାଗୁ କରାଯିବ । ଆଗାମୀ ବିଧାନସଭା ସେସନରେ ଏହା ଅଣାଯିବ । ଆସନ୍ତା ୧୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.