ପ୍ରମୂଖ ଖବର
  • ଭଦ୍ରକ : ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ମାର୍ଚ୍ଚରୁ ମେ’ ଜଳାଇବ ତାତି, ଉତ୍ତର-ପଶ୍ଚିମ ଓଡ଼ିଶାରେ କଲବଲ କରିବ ଖରା
  • ||

North Korea: ଆଉ ଏକ କ୍ରୁଜ ମିସାଇଲର ପରିକ୍ଷଣ କଲା ଉତ୍ତର କୋରିଆ, ଆମେରିକା ଧମକ ପରେ ନେଲା ଏହି ପଦକ୍ଷେପ

Published By : Bijay Swain | February 28, 2025 11:04 PM

Imternet

ନୂଆଦିଲ୍ଲୀ: ଉତ୍ତର କୋରିଆ ଶୁକ୍ରବାର ଦିନ ପୁଣି ଆଉ ଏକ କ୍ରୁଜ ମିସାଇଲର ପରିକ୍ଷଣ କରିଛି। ନିଜ ଦେଶର ପରମାଣୁରୋଧି କ୍ଷମତାକୁ ଦର୍ଶାଇବା ପାଇଁ ଏହି ପରିକ୍ଷଣ କରାଯାଇଛି ବୋଲି ଉତ୍ତର କୋରିଆ ଘୋଷଣା କରିଛି। ଆମେରିକାର ଧମକ ପରେ ଆମ ଦେଶ ଏହି ନିଷ୍ପତ୍ତି ଗ୍ରହଣ କରିଛି ବୋଲି ସାମରିକ ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ କିମ ଜଙ୍ଗ ଉନ ନିଜେ ଏହି ପରିକ୍ଷଣର ତଦାରଖ କରୁଥିଲେ ବୋଲି ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି।

ସୂଚନା ମୁତାବକ, ଗତ ବୁଧବାର ଉତ୍ତରକୋରିଆର ପଶ୍ଚିମ ତଟରେ ଏହି ମିସାଇଲର ପରିକ୍ଷଣ କରାଯାଇଥିଲା। ତେବେ ଚଳିତ ବର୍ଷ ଏହା ଉତ୍ତର କୋରିଆର ଚତୁର୍ଥ ମିସାଇଲ ପରିକ୍ଷଣ ବୋଲି ଜଣାପଡିଛି। ତେବେ କିମ ଜଙ୍ଗ ଉନ ଏହି ମିସାଇଲ ପରିକ୍ଷଣରେ ଖୁସି ବ୍ୟକ୍ତ କରିବା ସହ ଦେଶକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ଘୋଷଣା କରିଛନ୍ତି। 

ଗତ ଶନିବାର ଉତ୍ତର କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର ମାନେ ଉତ୍ତର କୋରିଆ ବିରୋଧରେ ଉତ୍ତେଜନାମୂଳକ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ଆମେରିକା ଏବଂ ଦକ୍ଷିଣ କୋରିଆର ମିଳିତ ସାମରିକ ଅଭ୍ୟାସକୁ ନେଇ ଉତ୍ତର କୋରିଆ ଅସନ୍ତୋଷ ବ୍ୟକ୍ତ କରିଛି। ସୂଚନାଯୋଗ୍ୟ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଉତ୍ତର କୋରିଆ ନେତା କିମ ଜଙ୍ଗ ଉନଙ୍କୁ ତିନିଥର ଭେଟିଥିଲେ। ବର୍ତ୍ତମାନ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ମଧ୍ୟ ଟ୍ରମ୍ପ କିମ ଜଙ୍ଗ ଉନଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।  ତେବେ ଟ୍ରମ୍ପଙ୍କ ପ୍ରସ୍ତାବକୁ ଏପର୍ଯ୍ୟନ୍ତ ଉତ୍ତର କୋରିଆ ପଟୁ କୌଣସି ପ୍ରତ୍ୟକ୍ଷ ପ୍ରତିକ୍ରିୟା ଆସିପାରିନାହିଁ। ତେବେ ଉତ୍ତର କୋରିଆ କ୍ରମାଗତ ଭାବରେ ଆମେରିକା ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିଛି।

ରୁଷ-ୟୁକ୍ରେନ ଯୁଦ୍ଧରେ ରୁଷକୁ ସାହାଯ୍ୟ କରିବା ପାଇଁ କିମ ଜଙ୍ଗ ଉନ ତାଙ୍କ ଦେଶରୁ ସୈନ୍ୟ ପଠାଇଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଟ୍ରମ୍ପଙ୍କୁ ଭେଟିବା ପ୍ରସ୍ତାବ ଉପରେ କିମଙ୍କ ମନୋଭାବ ଟିକେ ଉଦାସୀନ ହୋଇପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.