ନ୍ୟୁୟର୍କ,୨୮।୨: ସରିଲା ଫେବୃଆରୀ, ଏବେ ମାର୍ଚ୍ଚରେ ଶୁଳ୍କ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ । ଚୀନ୍ ସମେତଦ ମେକ୍ସିକୋ କାନାଡ଼ାର ହଜିଯିବ ନିଦ । ମାତ୍ରାଧିକ ପରିମାଣର ଶୁଳ୍କ ଲଗାଇବାକୁ ଯାଉଛନ୍ତି ଟ୍ରମ୍ପ ।ଚୀନ୍ ଉପରେ ଲାଗୁ ହେବ ଅତିରିକ୍ତ ଶୁଳ୍କ । ମାର୍ଚ୍ଚ ୪ ରୁ କାର୍ଯ୍ୟକାରୀ ହେବ ଟ୍ରମ୍ଫଙ୍କ ଶୁଳ୍କ ନୀତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ମେକ୍ସିକାନ୍ ଏବଂ କାନାଡିଆନ୍ ସାମଗ୍ରୀ ଉପରେ ତାଙ୍କର ପ୍ରସ୍ତାବିତ ୨୫% ଶୁଳ୍କ ମାର୍ଚ୍ଚ ୪ ରୁ କାର୍ଯ୍ୟକାରୀ ହେବ। ଏହା ବ୍ୟତୀତ, ଚୀନ୍ ଆମଦାନୀ ଉପରେ ଅତିରିକ୍ତ ୧୦% ଶୁଳ୍କ ମଧ୍ୟ ଲାଗୁ କରାଯିବ କାରଣ ସେହି ଦେଶଗୁଡ଼ିକରୁ ଏବେ ବି ଘାତକ ଔଷଧ ଆମେରିକାକୁ ଆସୁଛି । ଟ୍ରମ୍ପ ଓଭାଲ ଅଫିସରେ କହିଥିଲେ ଯେ, ଫେଣ୍ଟାନିଲ୍ ଓପିଓଏଡ୍ ସଙ୍କଟ ଯୋଗୁଁ ଫେବୃଆରୀ ୪ ତାରିଖରେ ଲାଗୁ ହୋଇଥିବା ୧୦% ଶୁଳ୍କ ବ୍ୟତୀତ ଚୀନ୍ ଆମଦାନୀ ଉପରେ ସଦ୍ୟତମ ଶୁଳ୍କ ଲାଗୁ ହେବ। ଟ୍ରମ୍ପ କହିଛନ୍ତି, "ଯୁକ୍ତରାଷ୍ଟ୍ରକୁ ଏବେ ବି ବହୁ ପରିମାଣରେ ଔଷଧ (ଫେଣ୍ଟାନିଲ୍) ଆସୁଛି, ଯାହାର ଏକ ବଡ଼ ପ୍ରତିଶତ ହେଉଛି ଘାତକ ଓପିଓଏଡ୍ ଫେଣ୍ଟାନିଲ୍ ।" ଚୀନ୍ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ସେ ନିଷ୍ପତ୍ତି ନେଇଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଯୁକ୍ତରାଷ୍ଟ୍ରକୁ ଏବେ ବି ବହୁ ପରିମାଣରେ ଔଷଧ (ଫେଣ୍ଟାନିଲ୍) ଆସୁଛି, ଯାହାର ଏକ ବଡ଼ ପ୍ରତିଶତ ହେଉଛି ଘାତକ ଓପିଓଏଡ୍ ଫେଣ୍ଟାନିଲ୍ ।" ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଟ୍ରମ୍ପ କହିଛନ୍ତି ଯେ, ସେ ଚୀନ୍ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । କାନାଡ଼ା ଏବଂ ମେକ୍ସିକୋ ମଙ୍ଗଳବାରର ସମୟସୀମା ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ସେମାନଙ୍କ ପ୍ରଶାସନ ଚୀନରୁ ଔଷଧ ଆସିବାକୁ ବନ୍ଦ କରିପାରି ନାହାଁନ୍ତି ।