ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

Nepal: ନେପାଳ ବିଦେଶ ମନ୍ତ୍ରୀଙ୍କ ବିମାନକୁ କୋଲକାତା ଡାଇଭର୍ଟ, ଖରାପ ପାଣିପାଗ ପାଇଁ କାଠମାଣ୍ଡୁରେ କରିପାରିଲାନାହିଁ ଅବତରଣ

Published By : Bijay Swain | February 28, 2025 10:31 PM

Image courtesy: jagran

ନୂଆଦିଲ୍ଲୀ: ନେପାଳ ବିଦେଶ ମନ୍ତ୍ରୀ ଆରଜୁ ରାଣା ଦେଉବାଙ୍କୁ ନେଇ କାଠମାଣ୍ଡୁ ଯାଉଥିବା କତାର ଏୟାରୱେଜର ବିମାନକୁ ଶୁକ୍ରବାର କୋଲକାତା ଆଡକୁ ଡାଇଭର୍ଟ କରାଯାଇଛି। ସୂଚନା ମୁତାବକ, ଖରାପ ପାଣିପାଗ କାରଣରୁ ତ୍ରିଭୂବନ ଅନ୍ତରାଷ୍ଚ୍ରୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପାଇଁ ଅନୁମତି ମିଳି ନଥିଲା। ଅବତରଣ କରିବା ପ୍ରୟାସ ବିଫଳ ହେବାପରେ ବାଧ୍ୟ ହୋଇ ବିମାନ ବନ୍ଦର କତ୍ତୃପକ୍ଷ ବିମାନଟିକୁ କୋଲକାତାକୁ ଡାଇଭର୍ଟ କରିଦେଇଥିଲେ। ତେବେ ୬୩ ବର୍ଷିୟ ଦେଉବା ଜେନେଭାଠାରେ ହେଉଥିବା ସଂଯୁକ୍ତ ରାଷ୍ଟ୍ରର ବୈଠକରେ ଭାଗନେବା ପରେ ବିମାନ ଯୋଗେ ନେପାଳ ଫେରୁଥିଲେ।

ତିଭୂବନ ଅନ୍ତରାଷ୍ଚ୍ରିୟ ବିମାନ ବନ୍ଦର ଦେଇଥିବା ବୟାନ ମୁତାବକ, ପଶ୍ଚିମା ଲଘୁ ଚାପ କାରଣରୁ ଶୁକ୍ରବାର ସକାଳେ କାଠମାଣ୍ଡୁରେ ହଲ୍କା ବର୍ଷା ହୋଇଥିଲା। ଯାହାଫଳରେ ଦୃଶ୍ୟାତା କମ ହୋଇଯାଇଥିଲା। ଏଣୁ ଦୋହାରୁ ନେପାଳକୁ ଆସୁଥିବା କତାର ଏୟାରୱେଜର ଏକ ବିମାନ ନେପାଳକୁ ନଆସି କୋଲକାତା ବିମାନବନ୍ଦରରେ ଅବତରଣ କରିଛି।

ତେବେ କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିବା ବିମାନ ନେପାଳର ପାଣିପାଗ ଠିକ ହେଲେ ଫୁଣି ନେପାଳ ପାଇଁ ଉଡାଣ ଭରିବ ବୋଲି ବିମାନବନ୍ଦର କତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଦେଉବାଙ୍କୁ ଛାଡି ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.