ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ସୋଆରେ ନବମ ସ୍ୱାମୀନାଥନ ବକ୍ତୃତାମାଳା ଆୟୋଜିତ

Published By : Prameya | December 12, 2024 6:37 PM

ଭୁବନେଶ୍ୱର,୧୨/୧୨ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲଚରାଲ ସାଇନସେସ୍‌ (ଆଇଏଏସ୍‌)ରେ ନବମ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ଆନ୍ତର୍ଜାତିକ କୃଷି ପାଣିପାଗ ପରିଷଦର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ଆନ୍ତର୍ଜାତିକ ସ୍ତରରେ ବିଶେଷ କରି ଦକ୍ଷିଣ ଏସୀୟ ଦେଶମାନଙ୍କରେ ପାଣିପାଗ ଓ ଜଳବାୟୁ କିଭଳି କୃଷି କ୍ଷେତ୍ରକୁ ପ୍ରଭାବିତ କରିଛି ଓ ଜଳବାୟୁ ଭିତିରେ ଫସଲ ଚାଷ ଏବଂ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଡକ୍ଟର ଚଟ୍ଟୋପାଧ୍ୟାୟ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ବକ୍ତବ୍ୟ ରଖିଥିଲେ ।  ଏହି ବକ୍ତୃତାମାଳାର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ଅକ୍ଷୟ କୁମାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ । 

କାର୍ଯ୍ୟକ୍ରମକୁ ଡକ୍ଟର ପ୍ରକାଶ ରଂଜନ ବେହେରା ପରିଚାଳନା କରିଥିବା ବେଳେ ଡକ୍ଟର ଆର୍‌. କେ ପଣ୍ଡା, ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.