ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

‘ଶାହରୁଖ, ସଲମାନ ଏବଂ ଅକ୍ଷୟଙ୍କ ସହ ଏବେ କାମ କରିବି ନାହିଁ… ’, ନିର୍ଦ୍ଦେଶକ କାହିଁକି ନେଲେ ଏଭଳି ନିଷ୍ପତ୍ତି

Published By : Prameya | February 13, 2025 6:43 PM

ମୁମ୍ବାଇ, ୧୩/୨ :  ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ନିଖିଲ ଆଡଭାନୀ ସଲମାନ ଖାନ, ଶାହରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କ ସହ କେତେକ ଫିଲ୍ମ କରିଛନ୍ତି । ସଲମାନ ଖାନଙ୍କ ସହ ‘ସଲାମ-ଏ-ଇଶ୍କ’ ଏବଂ ‘ହିରୋ’ରୁ ନେଇ ସେ ଶାହରୁଖ ଖାନଙ୍କ ସହ ‘କଲ ହୋ ନା ହୋ’ ପର୍ଯ୍ୟନ୍ତ ସେ ସୁପରଷ୍ଟାର୍ସଙ୍କ ସହ କାମ କରିଛନ୍ତି । କିନ୍ତୁ ଏବେ ସେ ନିଷ୍ପତ୍ତି ନେଇଛନ୍ତି କି ଶାହରୁଖ ଖାନ, ସଲମାନ ଖାନ, ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ କରିବେ ନାହିଁ ।

ଏକ ସାକ୍ଷାତକାରରେ ନିଖିଲ ଆଡଭାନୀ କହିଛନ୍ତି କି ସୁପରଷ୍ଟାର୍ସଙ୍କଠାରୁ ଫ୍ୟାନ୍ସମାନେ ବକ୍ସ ଅଫିସରେ ବଡ଼ ରକମର କଲେକ୍ସନର ଆଶା ରଖିଥାନ୍ତି ଏବଂ ସେ ଏହିଭଳି ପ୍ରେସରରେ କାମ କରିପାରିବେ ନାହିଁ । ସେ କହିଛନ୍ତି କି, ମୁଁ ସଲମାନଙ୍କ ସହ ପିଲ୍ମ କରିବାକୁ ଚାହୁଁନାହିଁ । ମୁଁ ସମସ୍ତଙ୍କୁ କହୁଛି କି, ଜନ, ଅକ୍ଷୟଙ୍କୁ ମୋତେ ଜଣାନାହିଁ କି ୬୦୦-୮୦୦କୋଟି ଟଙ୍କା କଲେକ୍ସନ କରିବାର ଫିଲ୍ମ କିଭଳି କରାଯାଏ । 

ନିଖିଲ ଆଡଭାନୀ ଆହୁରି କହିଛନ୍ତି ଯେ ସେ ଏବେ ବି ସକାଳେ ଅକ୍ଷୟଙ୍କ ସହ ଫୋନ୍‌ରେ କଥା ହୁଅନ୍ତି ଏବଂ ତାଙ୍କୁ ସ୍କ୍ରିପ୍ଟ ପଠାନ୍ତି ଯାହା ତାଙ୍କ ପାଇଁ କାମ କରିବ ବୋଲି ସେ ଭାବନ୍ତି। ନିର୍ଦ୍ଦେଶକ କହିଲେ- 'ହଁ, ମୁଁ ସେମାନଙ୍କ ପାଇଁ ପ୍ରଯୋଜନା କରିବି କିନ୍ତୁ ମୁଁ ନିର୍ଦ୍ଦେଶନା ଦେବାକୁ ଚାହୁଁନାହିଁ।' ମୁଁ ପାରିବି ନାହିଁ। ଯଦିଓ ମୁଁ ଏହା କରିବାକୁ ଚାହୁଁଛି, ତଥାପି ମୁଁ କରିପାରିବି ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.