ପ୍ରମୂଖ ଖବର
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଶିମିଳିପାଳ ଜୈବମଣ୍ଡଳରେ ନୂତନ ଅଦା ‘ଜିଞ୍ଜିବର ଜଗନ୍ନାଥ’ ନାମକରଣ କରାଯାଇଛି

Published By : Gurupada Nath | March 26, 2025 10:37 PM

ବାରିପଦା,୨୬/୩ : ଶିମିଳିପାଳ ଜୈବମଣ୍ଡଳରୁ ନୂତନ ଅଦା ଜାତୀୟ ଉଦ୍ଭିଦର ଆବିଷ୍କାର ହୋଇଛି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ବାରିପଦାର ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡଃ ସୁଦାମ ଚରଣ ସାହୁ ଏବଂ ତାଙ୍କ ତତ୍ତ୍ୱାବଧାନରେ ଗବେଷଣାରତ ଛାତ୍ରୀ ସିଫନ ପ୍ରିୟଦର୍ଶିନୀଙ୍କ ଗବେଷଣାରୁ ଶିମିଳିପାଳ ସଂରକ୍ଷିତ ଜୈବ ମଣ୍ଡଳରୁ ଏହି ଅଦା ଜାତୀୟ ଉଦ୍ଭିଦ ଆବିଷ୍କୃତ ହୋଇଥିବା ନେଇ  ସୂଚନା ମିଳିଛି ।  

ପ୍ରାକ୍‌ ଗବେଷଣା ଲବ୍ଧ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ୍‌  ୮ ପ୍ରଜାତି ଏବଂ ୨୯ ଜାତିର ଅଦା ଜାତୀୟ ଉଦ୍ଭିଦ ଦେଖାଯାଏ । ଓଡ଼ିଶାରେ ଅଦା ଜାତୀୟ ଉଦ୍ଭିଦ ଉପରେ ପର୍ଯ୍ୟବେଶିତ ୩ ବର୍ଷର ଗବେଷଣା କାଳ ମଧ୍ୟରେ ଶିମିଳିପାଳ ଅନ୍ତର୍ଗତ କୁଳିପାଳ ଅଞ୍ଚଳରୁ ଏହି ନୂତନ ଉଦ୍ଭିଦଟି ଆବିଷ୍କାର କରାଯାଇଛି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦିନ ଏହି ଉଦ୍ଭିଦଟି ଗବେଷକ ମାନଙ୍କର ଅନୁସନ୍ଧାନ ତଥା ପର୍ଯ୍ୟବେକ୍ଷଣରୁ ପ୍ରାପ୍ତ ହୋଇଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଉତ୍ସର୍ଗ କରି ତାଙ୍କ ନାମ ଅନୁଯାୟୀ ଜିଞ୍ଜିବର ଜଗନ୍ନାଥ ନାମକରଣ କରାଯାଇଛି । 

ଏହି ଉଦ୍ଭିଦଟି ଶିମିଳିପାଳର ଏକମାତ୍ର ଅଞ୍ଚଳରୁ ଠାବ କରାଯାଇଥିବାରୁ ଏହାର ସଂରକ୍ଷଣ ଏବଂ ସଂଖ୍ୟା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି  ଅନ୍ତର୍ଜାତୀୟ ଗବେଷଣା ମୂଳକ ପତ୍ରିକା ଫାଇଟୋଟାକ୍ସାରେ ପ୍ରକାଶ ପାଇଛି ।  ଶିମିଳିପାଳ ଏକ ଜୈବ ବିବିଧତାର କେନ୍ଦ୍ରସ୍ଥଳି ହୋଇଥିବାରୁ କନ୍ଦା/ଅଦା ଜାତୀୟ ଉଦ୍ଭିଦର ବ୍ୟବହାର ଏବଂ ଔଷଧୀୟ ଗୁଣବତ୍ତା ଉପରେ ଗବେଷଣା ନିହାତି ଜରୁରି ବୋଲି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଗବେଷକ ଡଃ ସାହୁ ମତପ୍ରକାଶ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.