ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନକଲି ଏବଂ ନିକୃଷ୍ଟମାନର ଔଷଧ ବିରୋଧରେ ସରକାରଙ୍କ ମେଗା ଅଭିଯାନ: ମାନ ପରୀକ୍ଷାରେ ବିଫଳ ୩୦୦୦ ମେଡିସିନ୍

Published By : Prameya | December 6, 2024 10:08 AM

Image source: TV9

ନୂଆଦିଲ୍ଲୀ,୦୬/୧୨: ୨୦୨୩-୨୪ ଆର୍ଥିକବର୍ଷରେ ମୋଟ  ୧,୦୬,୧୫୦ ସଂଖ୍ୟକ ଔଷଧର ମାନ ପରୀକ୍ଷା କରାଯାଇଥିଲା ।  ଏଥିରେ ୨,୯୮୮ଟି ଔଷଧ ବିଫଳ ହୋଇଥିବାବେଳେ ୨୮୨ଟି  ଔଷଧ ନକଲି ଥିଲା । ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି  ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । 

ନକଲି ଏବଂ ନିକୃଷ୍ଟମାନର ଔଷଧ ବିରୋଧରେ ସରକାର  ଏକ ମେଗା ଅଭିଯାନ ଚଳାଇଛନ୍ତି । କେନ୍ଦ୍ରୀୟ ଔଷଧ ମାନକ  ନିୟନ୍ତ୍ରଣ ସଂସ୍ଥାନ(ସିଡିଏସ୍‌ସିଓ) ତଥ୍ୟ ଅନୁସାରେ, ଦେଶରେ  ଏଭଳି ୧୦,୫୦୦ ୟୁନିଟ୍‌ ରହିଛି, ଯେଉଁଠାରେ ବିଭିନ୍ନ ପ୍ରକାର  ଏପିଆଇର ଉତ୍ପାଦନ ହେଉଛି ।  

ସରକାର ବିଭିନ୍ନ ରାଜ୍ୟରେ ଫାର୍ମା କମ୍ପାନିଗୁଡ଼ିକ ଉପରେ  ଚଢ଼ଉ କରୁଛନ୍ତି ଏବଂ ଆଇନ ଉଲ୍ଲଂଘନ କରୁଥିବା କମ୍ପାନିଗୁଡ଼ିକ  ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେମାନଙ୍କୁ  କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଜଣେ ବରିଷ୍ଠ  ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।  

ଏଯାବତ୍‌ ୫୦୦ରୁ ଊଦ୍ଧ୍ୱର୍ ସ୍ଥାନରେ ଛାନ୍‌ଭିନ୍‌ କରାଯାଇଛି ।  ଆଇନ ଉଲ୍ଲଂଘନ କ୍ଷେତ୍ରରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା  ସହ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ରାଜ୍ୟ  ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଇସେନ୍ସ ରଦ୍ଦ କରାଯାଉଥିବା  ଅଧିକାରୀଜଣକ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.