ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ବନ୍ଦ ହୋଇଗଲାଣି ଫଣ୍ଡିଂ... ଭାଙ୍ଗିଗଲାଣି ଅସ୍ତ୍ରଶସ୍ତ୍ର ସପ୍ଲାଇ ଚେନ୍, ଶେଷ ନିଃଶ୍ଵାସ ଗଣୁଛନ୍ତି ନକ୍ସଲ : ଦନ୍ତେୱାଡ଼ା ଯିବେ ଅମିତ ଶାହ

Published By : Prameya | March 28, 2025 9:49 AM

ନୂଆଦିଲ୍ଲୀ, ୨୮/୦୩ : ସରି ଆସୁଛି ଡେଡ୍‌ଲାଇନ୍। ଶେଷ ନିଃଶ୍ଵାସ ଗଣୁଛନ୍ତି ନକ୍ସଲ। ଭୁଶୁଡ଼ୁଛି ଲାଲଗଡ଼। ବନ୍ଦ ହୋଇଗଲାଣି ଫଣ୍ଡିଂ। ଭାଙ୍ଗିଗଲାଣି ଅସ୍ତ୍ରଶସ୍ତ୍ର ସପ୍ଲାଇ ଚେନ୍। ଏବେ ବଳକା ଶକ୍ତିକୁ ଶେଷ କରିବା ଲକ୍ଷ୍ୟରେ ସୁରକ୍ଷାବାହିନୀ। ଅନ୍ତିମ ପ୍ରହାର ପାଇଁ ଚାଲିଛି ସଜବାଜ। ଅପରେଶନ ଅଲଆଉଟ୍ ଲକ୍ଷ୍ୟ। ଭୟରେ ଲାଲବାହିନୀ। ଏବେ ସରେଣ୍ଡର ନହେଲେ ଗୁଳି। ନକ୍ସଲଙ୍କ ପାଇଁ ଶେଷ ବିକଳ୍ପ। 

କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସମୟସୀମା ଭିତରେ ଦେଶରୁ ନକ୍ସଲ ମୂଳପୋଛ ପାଇଁ ଜୋରଶୋରରେ ଚାଲିଛି ରଣନୀତି। ଉଚ୍ଚସ୍ତରରେ ଦିଆଯାଉଛି ଫାଇନାଲ୍ ଟଚ୍। ଏସବୁ ଉପରେ କଡ଼ା ନଜର ରଖିଛି ଗୃହ ମନ୍ତ୍ରାଳୟ। ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର। ସାଢେ ୩ ମାସ ଭିତରେ ପୁଣି ଥରେ ନକ୍ସଲଗଡ଼ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୃହମନ୍ତ୍ରୀଙ୍କ ଦନ୍ତେୱାଡ଼ା ଗସ୍ତକୁ ନେଇ ଏବେ ନକ୍ସଲଙ୍କ ଛାତି ଧଡ଼ଧଡ଼। ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଯିବେ ଅମିତ ଶାହ। ଏପ୍ରିଲ ୪ ଏବଂ ୫ ତାରିଖରେ ରାୟପୁର ଓ ବସ୍ତରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ୪ ତାରିଖରେ ସୁରକ୍ଷା ଏବଂ ପ୍ରଶାସନିକ ବୈଠକରେ ସାମିଲ ହେବେ। ୫ ତାରିଖରେ ବସ୍ତର ଯିବେ। ଦନ୍ତେୱାଡ଼ାରେ ଆୟୋଜିତ ବସ୍ତର ପଣ୍ଡୁମ ମହୋତ୍ସବ ସମାପନ ସମାରୋହରେ ଯୋଗ ଦେବେ। ଏହି ସମୟରେ ସ୍ଥାନୀୟ ପ୍ରଶାସନ, ସୁରକ୍ଷା ବାହିନୀ ଏବଂ ରାଜ୍ୟ ସରକାରଙ୍କ ସହ ନକ୍ସଲ ସମସ୍ୟା ନେଇ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିବେ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଅଭିଯାନର ସମୀକ୍ଷା କରିବେ। ଯବାନଙ୍କୁ ଉତ୍ସାହିତ କରିବେ। ଏହା ସହ ପରବର୍ତ୍ତୀ ରଣନୀତି ପାଇଁ ଚର୍ଚ୍ଚା କରିବେ। 

ଦେଶରୁ ନକ୍ସଲବାଦ ମୂଳପୋଛ କରିବାକୁ ସରକାର ୩୭୫ ଦିନର ଟାର୍ଗେଟ୍ ନେଇଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଲାଲଗଡ଼ ଭାଙ୍ଗିବାକୁ ଶାହଙ୍କ ଗ୍ୟାରେଣ୍ଟି ପୁରା କରିବାକୁ ସଶସ୍ତ୍ର ବାହିନୀ ଅଣ୍ଟା ଭିଡ଼ିଛନ୍ତି। ସିଆରପିଏଫ୍, ଡିଆରଜି, ଏସଟିଏଫ୍, ବିଏସଏଫ୍, ଏବଂ ଆଇଟିବିପି ଯବାନମାନେ ଜଙ୍ଗଲ ଭିତରେ କମ୍ଵିଂ ଅପରେସନ କରୁଛନ୍ତି। ଧୀରେଧୀରେ ଏହା ସଫଳ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ନକ୍ସଲଙ୍କ ଗଡ଼ ଛତିଶଗଡ଼ରେ ଗତ ଏକ ବର୍ଷ ଭିତରେ ୩୮୦ ନକ୍ସଲ ନିପାତ ହୋଇଛନ୍ତି। ୧୧୯୪ ଜଣ ଗିରଫ ହୋଇଥିବା ବେଳେ ୧୦୪୫ ଜଣ ସରେଣ୍ଡର କରିଛନ୍ତି। ନକ୍ସଲଗଡ଼ରେ ବିକାଶମୂଳକ ଯୋଜନା ହେଉଛି। ହେଲିପ୍ୟାଡ଼୍ ନିର୍ମାଣ ହୋଇଛି। ଗମନାଗମନ ପାଇଁ ସଡ଼କ ବିଛା ହୋଇଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କ୍ୟାମ୍ପ ଜଙ୍ଗଲରେ ଅପରେଶନ ଚଳାଇଛନ୍ତି। ଜଙ୍ଗଲ ମ୍ୟାପିଂ ଏବଂ ସଫଳ ଡ୍ରୋନ୍ ସଞ୍ଚାଳନ ସଫଳ ହୋଇଛି। ନକ୍ସଲଙ୍କ ନୂତନ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କେବଳ ଏତିକି ନୁହେଁ, ଘଞ୍ଚ ଜଙ୍ଗଲରେ ଅବସ୍ଥିତ ନକ୍ସଲ ତାଲିମ କେନ୍ଦ୍ରଗୁଡ଼ିକୁ ମଧ୍ୟ ଧ୍ୱଂସ କରାଯାଉଛି। ୪୮ ଘଣ୍ଟା ମଧ୍ୟରେ 'ଫରୱାର୍ଡ ଅପରେଟିଂ ବେସ୍' ସ୍ଥାପନ କରାଯାଉଛି। ସୁରକ୍ଷା ବାହିନୀର ଚକ୍ରବ୍ୟୁହରେ ଫସି ନକ୍ସଲମାନେ ପ୍ରାଣ ହରାଉଛନ୍ତି। ଯେଉଁ ଗତିରେ 'ଫରୱାର୍ଡ ଅପରେଟିଂ ବେସ୍' ପ୍ରତିଷ୍ଠା କରାଯାଉଛି, ନିର୍ଦ୍ଧାରିତ ସମୟ ମଧ୍ୟରେ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି ସେଥିରୁ ସ୍ପଷ୍ଟ ହେଉଛି।

ଏହି ଖବରଟିକୁ ପଢନ୍ତୁ-ଜମ୍ମୁକାଶ୍ମୀର କାଠୁଆରେ ଏନକାଉଣ୍ଟର, ୩ ପୋଲିସ ଶହୀଦ, ୩ ଆତଙ୍କୀ ସଫା






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.