ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବୃଦ୍ଧାଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାଶ ; ବଳତ୍କାର ଉଦ୍ୟମ ପରେ ବୃଦ୍ଧାଙ୍କୁ ହତ୍ୟା, ୨ ଗିରଫ

Published By : Gurupada Nath | December 8, 2024 8:05 PM

ମାଲକାନଗିରି, ୮/୧୨ : ବୃଦ୍ଧାଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାଶ କରିଛି ପୁଲିସ । ଦୁଇ ଯୁବକ ହରାଇଲେ ମାନବିକତା । ମା ବୟସର ବୃଦ୍ଧାଙ୍କୁ ବଳତ୍କାର ଉଦ୍ୟମ କରି ପରେ ହତ୍ୟା କରିଛନ୍ତି। ଦୁଇ ହତ୍ୟାକାରିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ସଚୀନ ପାଟେଲ ।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ଏଫ୍‌.ସି.ଆଇ ଗୋଦାମ ସମ୍ମୁଖରେ ଗତ ଗୁରୁବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ ଦେହ ମିଳିଥିବା ଘଟଣାରେ ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ଆଜି ମାଲକାନଗିରି ଏସ୍‌.ଡି.ପି.ଓ ସଚିନ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ କୋରୁକୋଣ୍ଡା ସଦର ମହକୁମାରେ ଗୁରୁବାରୀ ଦାସା(୬୩) ନାମୀ ବୃଦ୍ଧା ଗତ ୧୨ବର୍ଷ ଧରି କୋରୁକୋଣ୍ଡାରେ ଏକ ଭଡା ଘରେ ରହି କୁଲି କାମ କରି ନିଜର ପେଟପାଟଣା କରୁଥିଲ । ତେବେ କୋରୁକୋଣ୍ଡା ପଂଚାୟତ ଖିଲଗୁଡା ଗ୍ରାମର ରାକେଶ ଢାଲି ନାମକ ବ୍ୟକ୍ତି କୋରୁକୋଣ୍ଡା ଏଫ୍‌.ସି.ଆଇ ଗୋଦାମରେ କାର୍ଯ୍ୟ କରୁଥିବା ବେଳେ କମୁଳୁ ନାଗ ନାମକ ବ୍ୟକ୍ତି କୋରୁକୋଣ୍ଡା ପଂଚାୟତ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳଇ ଭାବେ କାର୍ଯ୍ୟ କରୁଛନ୍ତି ।

ଏହି ଦୁଇ ଜଣ ବୁଧବାର ରାତି ଗୁରୁବାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ଏଫ୍‌.ସି.ଆଇ ଗୋଦାମ ନିକଟକୁ ଡାକିଥିଲେ, ବୃଦ୍ଧା ଜଣକ ଉକ୍ତ ଗୋଦାମ ନିକଟକୁ ଗଲାପରେ ଉକ୍ତ ଦୁଇ ଜଣ ତାଙ୍କୁ ନିକଟରେ ଥିବା ଏକ ବଖରାକୁ ନେଇ ଜୋରଜବରଦସ୍ତ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ ଏହି କ୍ରମରେ ମହିଳା ଜଣକ କାଳେ ପାଟି କରିବ ବୋଲି ଭାବି ମହିଳାଙ୍କ ପାଟିକୁ ଚାପି ଦେଇଥିଲୋ ଫଳରେ ବୃଦ୍ଧା ଜଣକ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲୋ ଏ ସମ୍ବନ୍ଧରେ ପୋଲିସ ଖବରପାଇ ପରେ ଏହାର ତଦନ୍ତ କରିବା ସହ କୋରାପୁଟ ସାଇଣ୍ଟିଫିକ ଟିମ ଦଳ ମଧ୍ୟ ଏହାର ତଦନ୍ତ କରିଥିଲେ । 

ତଦନ୍ତରେ ଗୋଦାମ ନିକଟ ବଖରାରୁ ମହିଳାଙ୍କ କିଛି କପଡା ଖଣ୍ଡ ଓ ଅନ୍ୟାନ୍ୟ ସୁରାଖକୁ ଆଧାର କରି ଏହି ଦୁଇ ଜଣଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସମସ୍ତ ଘଟଣା ପଦାରେ ପଡିଥିଲ।। ଏହାକୁ ଆଧାର କରି ଉକ୍ତ ଦୁଇ ଜଣଙ୍କୁ ଗିରଫ କରିଥିବା ଶ୍ରୀ ପଟେଲ ସୂଚନା ପ୍ରଦାନ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.