ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୨ ମୃତ,୫୩ ପଜିଟିଭି

Published By : Ankita S | May 20, 2025 11:10 AM

ମୁମ୍ବାଇ,୨୦/୦୫: ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ । ପୁଣି ଜୀବନ ନେଲା କରୋନା ଭାଇରସ୍ । ମୁମ୍ବାଇରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ୫୩ଜଣ ପଜିଟିଭ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଜଣେ ମୁଖ କର୍କଟ ଓ ଅନ୍ୟଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ୍‌ରେ ପୀଡ଼ିତ ଥିଲେ । ମୁମ୍ବାଇରେ କରୋନା ପିଜିଟିଭି କେସ୍‌ ବଢିବାରୁ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି ।

ମହାରାଷ୍ଟ୍ରରେ କରୋନା ଭାଇରସ୍‌ ମାମଲା ବଢିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି । ମୁମ୍ବାଇ ମହାନଗରପାଳିକା କ୍ଷେତ୍ରରେ ଏବେ ସୁଦ୍ଧା ୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ କୋଭିଡ଼ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଦୁଇଜଣଙ୍କର ସ୍ୱାସ୍ଥ୍ୟବସ୍ଥା ପୂର୍ବରୁ ଗୁରୁତର ରହିଥିଲା । ପଜିଟିଭି ମାମଲା ବଢିବାରୁ ସ୍ୱାସ୍ଥ୍ୟ ବିଭାଗ ସମେତ ହସ୍ପିଟାଲଗୁଡ଼ିକ ଆଲର୍ଟରେ ରହିଛନ୍ତି । ଡାକ୍ତରଖାନାରେ କୋଭିଡ ସଂକ୍ରମିତଙ୍କ ପାଇଁ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ଉବଲବ୍ଧ ରହିଛି । ସେବନ ହିଲ୍ସ ହସ୍ପିଟାଲରେ ଏମଆଇସିୟୁର ବ୍ୟବସ୍ଥା ହୋଇଛି । ମହାରାଷ୍ଟ୍ର ସମେତ କେରଳରେ ୬୯ କୋଭିଡ ପଜିଟିଭ ରହିଥିବା ବେଳେ ତାମିଲନାଡୁରେ ୩୪ଜଣ ନୂଆ ସଂକ୍ରମିତ ରହିଛନ୍ତି । ଦେଶର ବର୍ତ୍ତମାନ ୨୫୭ ସକ୍ରିୟ ମାମଲା ରହିଛି ।

୫ ବର୍ଷ ପର ପୁଣି ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଆଣ୍ଟ । ସିଙ୍ଗାପୁର, ହଂକଂ, ଚୀନ ଓ ଥାଇଲାଣ୍ଡରେ ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢ଼ିବାରେ ଲାଗିଛି । ସିଙ୍ଗାପୁରରେ ମେ' ୧ରୁ ୧୯ ମଧ୍ୟରେ ୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ଶେଷ ସପ୍ତାହରେ ଏହି ସଂଖ୍ୟା ୧୧,୧୦୦ ଥିଲା । ଜାନୁଆରୀରେ ଏପର୍ଯ୍ୟନ୍ତ ୮୧ ନୂଆ ମାମଲା ଚିହ୍ନଟ ହୋଇଛି । ୩୦ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ଭାରିଆଣ୍ଟ ଜେଏନ୍‌-୧ ଏବଂ ଏହାର ସବ୍ ଭାରିଆଣ୍ଟ ଏଲ୍‌ଏଫ୭ ଏବଂ ଏନ୍‌ବି୧.୮ ବୋଲି କୁହାଯାଉଛି ।

କୋଭିଡ଼-୧୯ ଲକ୍ଷଣ- ମୁଖ୍ୟତଃ ଜ୍ୱର, କାଶ, ଗଳାରେ ଯନ୍ତ୍ରଣା ହେବା, ଥକା ଲାଗିବା, ଶରୀରରେ ପୀଡ଼ା ହେବା, ମୁଣ୍ଡ ବିନ୍ଧିବା ଇତ୍ୟାଦି କୋଭିଡର ଲକ୍ଷଣ ହୋଇଥାଏ । ଏହା ସହିତ ଥଣ୍ଡା, ନାକରୁ ପାଣି ବାହାରିବା, ସ୍ୱାଦ ନଜାଣି ପାରିବା ପରି ଲକ୍ଷଣ ଦେଖିବାକୁ ମିଳିଥାଏ । ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ହୁଏ । ଏମିତି କିଛି ଲକ୍ଷଣ ଦେଖିବାକୁ ମିଳିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.