ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଯୌତୁକ ପାଇଁ ଅମାନୁଷିକ କାଣ୍ଡ, ଶାଶୁ ଏବଂ ଜେଜେମା ଶାଶୁ ମିଶି ବୋହୂକୁ ପିଆଇଲେ ବିଷ

ଉଦଳା, ୦୪/୦୯ : ପ୍ରେମ ବିବାହ ପରେ ବୋହୂକୁ ବାରମ୍ବାର ଯୌତୁକ ପାଇଁ ନିର୍ଯାତନା ଦେଲେ । ଶେଷରେ ଶାଶୁ ଏବଂ ଜେଜେମା ଶାଶୁ ମିଶି ବୋହୂକୁ ବିଷ ପିଆଇଲେ । ସ୍ୱାମୀ ଭଣ୍ଡାରିପାଳ ଗ୍ରାମର ସୁଦର୍ଶନ ବିନ୍ଧାଣୀ ଏବଂ ସ୍ତ୍ରୀ କୋଳିଅଳମ ଗ୍ରାମର ସୀତା ନାଏକ ବୋଲି ଜଣାପଡ଼ିଛି । ଉଦଳା ବ୍ଲକ ଅନ୍ତର୍ଗତ କପ୍ତିପଦା ଥାନା ଭଣ୍ଡାରିପାଳ ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଭଣ୍ଡାରିପାଳ ଗ୍ରାମର ସୁଦର୍ଶନ ବିନ୍ଧାଣୀ ଆଜକୁ ୯ ମାସ ପୂର୍ବରୁ କୋଳିଅଳମ ଗ୍ରାମର ସୀତା ନାଏକଙ୍କୁ ଭଲ ପାଇ ବିବାହ କରିଥିଲେ । ହେଲେ ବିବାହ ପର ଠାରୁ ବିଭିନ୍ନ ସମୟରେ ସୀତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ ସୁଦର୍ଶନ ଏବଂ ତାଙ୍କ ପରିବାର ଲୋକେ । ବିଶେଷକରି ବାପଘରୁ ଯୌତୁକ ଆଣିବାକୁ ଦାବି କରି ଆସୁଥିଲେ । ହେଲେ ଶେଷରେ ମଙ୍ଗଳବାର ସୀତା ନାଏକଙ୍କୁ ତାଙ୍କ ଶାଶୁ ଏବଂ ଜେଜେମା ଶାଶୁ ମିଶି ବିଷ ପିଆଇ ଦେଇଥିଲେ । ଏ ବିଷୟରେ ପଡ଼ୋଶୀଲୋକେ ସୀତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ସୀତାଙ୍କ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ସୀତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସାରତ ଥିବାବେଳେ ସୀତାଙ୍କ ମାଆ କପ୍ତିପଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.