ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଦୁନିଆର ସବୁଠୁ ଭୟାନକ ଫିଲ୍ମ, ବକ୍ସ ଅଫିସରେ ଭାଙ୍ଗିଥିଲା ସବୁ ରେକର୍ଡ

Published By : Krishna Priya | February 9, 2025 11:20 AM

ନୂଆଦିଲ୍ଲୀ ୦୯/୦୨: ହରର୍‌ ଫିଲ୍ମ ଦେଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଏହି ଫିଲ୍ମଗୁଡିକ ଅତ୍ୟନ୍ତ ଭୟାନକ ହୋଇଥାଏ। ଯାହାକୁ ଏକୁଟିଆ ବସି ଦେଖିବାକୁ ଭୟ ଲାଗେ। କିନ୍ତୁ ଜାଣନ୍ତି କି ଦୁନିଆର ସବୁଠାରୁ ଭୟଙ୍କର ଫିଲ୍ମ କେଉଁଟି? ଆସନ୍ତୁ ଜାଣିବା ସେ ବିଷୟରେ...

ଦୁନିଆର ସବୁଠାରୁ ଭୟାନକ ଫିଲ୍ମ ୧୯୭୩ ରେ ରିଲିଜ୍‌ କରିଥିଲା। ଏହାର ନାମ ଥିଲା 'ଦି ଏକ୍ସୋର୍ସିଷ୍ଟ' । ଏହି ଫିଲ୍ମ ୱିଲିୟମ୍ 'ଦ ଏକ୍ସୋରସିଷ୍ଟ' ନାମକ ଇଂରାଜୀ ଉପନ୍ୟାସ ଉପରେ ଆଧାରିତ ଥିଲା। ଯାହାର ନିର୍ଦ୍ଦେଶନା ଦେଇଥିଲେ ୱିଲିୟମ୍ ଫ୍ରିଡକିନ୍। ଏହି ସିନେମାର ଷ୍ଟୋରୀ ଥିଲା ଜଣେ ହଲିଉଡ ଷ୍ଟାରଙ୍କ ଝିଅ ଉପରେ କୌଣସି ପ୍ରେତାତ୍ମା ବଶ କରିଥିଲା। ଯାହାକୁ ତାର ମା ଏକ୍ସୋରସିସ୍ମ ମାଧ୍ୟମରେ ଦୂର କରିବାକୁ ଚେଷ୍ଟା କରିଛନ୍ତି।

'ଦି ଏକ୍ସୋର୍ସିଷ୍ଟ' ଫିଲ୍ମ ଦୁନିଆର ସର୍ବାଧିକ ଆୟ କରିଥିବା ହରର୍‌ ଫିଲ୍ମ ବୋଲି ପ୍ରମାଣିତ ହୋଇଛି। ସେତେବେଳେ ଏହି ଫିଲ୍ମର ବଜେଟ୍ ଭାରତୀୟ ମୁଦ୍ରାରେ ୯୬ କୋଟି ୭୭ ଲକ୍ଷ ଟଙ୍କା ଥିଲା। ହେଲେ ଏହା ସାରା ବିଶ୍ୱରେ ୩୪୯ କୋଟି ଟଙ୍କା ରୋଜଗାର କରିଥିଲା । ଏହି ଫିଲ୍ମଟି ଓସ୍କାରରେ ୯ ଟି ବର୍ଗରେ ମନୋନୀତ ହୋଇଥିଲା, ଯେଉଁଠାରେ ଏହା ୨ ଟି ବର୍ଗରେ ପୁରସ୍କାର ଲାଭ କରିଥିଲା ।

ଏ ତ ଥିଲା ଦୁନିଆର ସବୁଠୁ ଭୟାନକ ହରର୍‌ ଫିଲ୍ମ। କିନ୍ତୁ ଜାଣନ୍ତି କି ଭାରତର ସବୁଠାରୁ ଭୟଙ୍କର ଫିଲ୍ମ ବିଷୟରେ । ଏହି ଫିଲ୍ମରେ ଆପଣଙ୍କୁ ସସପେନ୍ସ, ଥ୍ରୀଲର ଏବଂ ହରର୍‌ ଦେଖିପାରିବେ। ଫିଲ୍ମର କିଛି ସିନ୍‌ ଏତେ ଭୟଙ୍କର ଯେ ଦର୍ଶକ ଭୟଭୀତ ହୋଇଯିବେ।ଏହି ଫିଲ୍ମର ନାମ ହେଉଛି 'ତୁମ୍ବାଡ୍', ଯାହା ୨୦୧୮ ରେ ରିଲିଜ୍‌ କରିଥିଲା । ସେହି ସମୟରେ ଫିଲ୍ମଟିକୁ IMDB ରେ ୧୦ ମଧ୍ୟରୁ ୮.୨ ରେଟିଂ ମିଳିଥିଲା।  ଏହି ଫିଲ୍ମ ନିର୍ମାଣ ପାଇଁ ନିର୍ମାତା ସୋହମ୍ ଶାହାଙ୍କୁ ୭ ବର୍ଷ ସମୟ ଲାଗିଥିଲା । ଏଥିପାଇଁ ସେ ତାଙ୍କର ଫ୍ଲାଟ, ସମ୍ପତ୍ତି ଏବଂ କାର ବିକ୍ରି କରିଦେଇଥିଲେ। କିନ୍ତୁ ଯେତେବେଳେ ଏହି ଫିଲ୍ମ ରିଲିଜ ହୋଇଥିଲା, ସୋହମ୍ ଶାହା ଦର୍ଶକଙ୍କ ପ୍ରତିକ୍ରିୟା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.