ପ୍ରମୂଖ ଖବର
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ତିଗିରିଆରେ ମାଙ୍କଡ ଆତଙ୍କ; ଯାହାକୁ ପାଉଛି କାମୁଡୁଛି

Published By : Bijay Swain | June 6, 2025 11:05 PM

ତିଗିରିଆ, ୬/୬: ତିଗିରିଆ ଥାନା ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗ୍ରାମରେ ମାଙ୍କଡ଼ ଦୌରାତ୍ମ୍ୟକୁ ନେଇ ଗ୍ରାମବାସୀ ଅତିଷ୍ଠ ହୋଇ ପଡିଲେଣି । ଗ୍ରାମରେ ଘୁରିବୁଲି ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଆକ୍ରମଣ କରି ରକ୍ତାକ୍ତ କରୁଥିବା ଏହି ମାଙ୍କଡକୁ ତୁରନ୍ତ ଅଞ୍ଚଳରୁ ଘଉଡାଇବା ପାଇଁ ଦାବି ହେବ ପରେ ବନ ବିଭାଗ ପକ୍ଷରୁ ବହୁ ଥର ଉଦ୍ୟମ ସତ୍ତ୍ୱେ କର୍ମଚାରୀ ମାଙ୍କଡକୁ କାବୁ କରିବାରେ ବିଫଳ ହୋଇଛନ୍ତି । 

ଏପରି ସ୍ଥଳେ ଏବେ ଗ୍ରାମବାସୀ ଉକ୍ତ ମାଙ୍କଡକୁ କାବୁ କରିବାକୁ ପ୍ରୟାସ ଜାରି କରିଛନ୍ତି । ଗ୍ରାମରେ  ଏକ ମାସରୁ ଉର୍ଦ୍ଧ୍ବ ଦିନ ଧରି ମାଙ୍କଡ଼ ଦୌରତ୍ମ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ମାଙ୍କଡ଼ ଆକ୍ରମଣରେ ବିଷ୍ଣୁପୁର ଏବଂ ପଡୋଶୀ କଣ୍ଠିପୁର ଗ୍ରାମର ୭ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି । ଏହା ଆଜି ସନ୍ଧ୍ୟାରେ ମଧ୍ୟ ଗ୍ରାମର ଯୁବକ ଲିଜୁନୁ ସାମଲଙ୍କୁ ଉକ୍ତ ମାଙ୍କଡ଼ ଆକ୍ରମଣ କରିଥିବା ଜଣାପଡ଼ିଛି l ଏହା ପରେ ଗ୍ରାମବାସୀ ଠେଙ୍ଗା ବାଡ଼ି ଧରି ମାଙ୍କଡ଼କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି l ଏହା ଛଡ଼ା ଲୋକମାନଙ୍କର ଘରେ ପଶି ଆସବାବପତ୍ର ସହିତ ଖାଦ୍ୟ ସାମଗ୍ରୀ ନଷ୍ଟ  କରୁଛି ।  

ମାଙ୍କଡ଼ ଆକ୍ରମଣ ବଢି ଚାଲିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ମାଙ୍କଡ଼କୁ ଧରିବାକୁ ଚେଷ୍ଟା କରାଯାଉଥିବା ଦେଖା ଯାଇଛି l ଆଉ କୌଣସି ଅଘଟଣ ଘଟିବା ପୂର୍ବରୁ ଉକ୍ତ ମାଙ୍କଡ଼ଙ୍କୁ ବନବିଭାଗ କାବୁ କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.