ପ୍ରମୂଖ ଖବର
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ବିସ୍ମୟ ବାଳକ ଅମ୍ଳାଶୁଂ

Published By : Bijay Swain | June 6, 2025 9:52 PM

ତିଗିରିଆ, ୬/୬: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଠିକ୍ ସେହିପରି ବୟସରେ ବହୁ ଛୋଟ ହେଲେ ମଧ୍ୟ ବିଶ୍ବ ଦରବାରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତିଗିରିଆ ବ୍ଲକର ଅମ୍ଳାଶୁଂ । ଛୋଟ ସିନା କାମ କିନ୍ତୁ ବଡ । ନିଜର ବୁଦ୍ଧି ଏବଂ ଆତ୍ମବିଶ୍ୱାସ ପାଇଁ ଆଜି ଏହି କୁନି ଶିଶୁ ବଡ ରେକର୍ଡର ଅଧିକାରୀ ହୋଇପାରିଛି । କଟକ ଜିଲ୍ଲା ତିଗିରିଆ ବ୍ଲକ ହାଟମାଳ ପଞ୍ଚାୟତ ଅନ୍ତର୍ଗତ ଶୁଣ୍ଠୀପାଳ ଗ୍ରାମର ସୁନୀଲ କରଙ୍କ ପୁଅ ଅମ୍ଳାଶୁଂ । ତାଙ୍କ ନାଁ ଯେମିତି କାମ ମଧ୍ୟ ସେମିତି । ବୟସ ମାତ୍ର ୩ବର୍ଷ ୧୧ ମାସ । ଏହି ବୟସରେ ଅତି ସୁନ୍ଦର ଭାବରେ ସମସ୍ତ ସାଧାରଣଜ୍ଞାନ ପ୍ରଶ୍ନର ସଠିକ ଉତ୍ତର ରଖି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ଉତୀର୍ଣ୍ଣ ହୋଇଛନ୍ତି ଅମ୍ଳାଶୁଂ । ଏହି ଖବର ପ୍ରଚାରିତ ହେବା ପରେ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ଏତେ କମ୍ ବୟସରୁ ଏତେ ବଡ଼ ପ୍ରତିଭାର ଅଧିକାରୀ ସେ ଯେଉଁଥିପାଇଁ ଆଜି ପୁରା ଅଞ୍ଚଳ ତାଙ୍କ ପାଇଁ ଗର୍ବିତ । ୧୬ଟି କୀଟ, ୧୯ଟି ଫୁଲ, ୩୧ଟି ଫଳ, ୨୨ ପରିବା, ୨୮ ପଶୁ, ୨୨ ପକ୍ଷୀ, ୩୨ଟି ଅଙ୍ଗପ୍ରତ୍ୟଙ୍ଗ ର ଇଂରାଜି ରୁ ଓଡ଼ିଆ ଅନୁବାଦ, କମ୍ପୁଟରର ୨୦ଟି ଅଂଶ, ୩୦ ରଙ୍ଗ, ୧୬ ଜଣ ଚର୍ଚିତ ବ୍ୟକ୍ତିତ୍ୱ, ୩ ଟି rhymes, ବର୍ଷର ମାସ, ସପ୍ତାହ ଓ ଦିନ ଏବଂ ୩୧ଟି ଜାତୀୟ ସିମ୍ବଲ ସଠିକ ଭାବରେ କହିପାରୁଛନ୍ତି  ଅମ୍ଳାଶୁଂ l ଭଲ ଭାବେ କହିବା ପାଇଁ ପାଟି ଫିଟିନଥିବା ବେଳେ ଏବେ ଠାରୁ ସାଧାରଣ ଜ୍ଞାନ ସହିତ ବିଭିନ୍ନ ପ୍ରଶ୍ନର ଫଟାଫଟ ଉତ୍ତର ଦିଅନ୍ତି ସେ । ସବୁ କିଛି ଜାଣିବାର ଇଚ୍ଛା ଶକ୍ତି ଦେଖି ପରିବାର ଲୋକେ ତାଙ୍କୁ କିଛି ନୂଆ କରିବାର ଉଦ୍ୟମ କରିଥିଲେ । ପରିବାର ଲୋକେ ତାଙ୍କ ନାମକୁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ଦେବାକୁ ଆବେଦନ କରିଥିଲେ । ପରବର୍ତ୍ତୀ ସମୟରେ ମେ ୩ ତାରିଖ ୨୦୨୫ରେ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ପିଲାଟି ଦିନରୁ ପାଠ ପଢ଼ିବାର ପ୍ରବଳ ଇଚ୍ଛା ରହିଥିବା ଯୋଗୁଁ ତାଙ୍କୁ ଏଭଳି ସାଧାରଣଜ୍ଞାନ ସମ୍ପର୍କରେ ପଢ଼ାଯାଉଛି ।

ଯାହାକୁ କି ସେ କମ୍ ସମୟ ମଧ୍ୟରେ ମନେ ରଖିପାରୁଛନ୍ତି ବୋଲି କହିଛନ୍ତି ଅମ୍ଳାଶୁଂଙ୍କ ମା ସରୋଜିନୀ କର ଯିଏକି ଜଣେ ସାଧାରଣ ଗୃହିଣୀ l କୁନି ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ । ନିଜର ବିଚକ୍ଷଣ ବୁଦ୍ଧି ପାଇଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ମାତ୍ର ୩ ବର୍ଷ ୧୧ ମାସ ବୟସରେ ନିଜ ମେଧାଶକ୍ତି ଓ ବୁଦ୍ଧିମତା ବଳରେ ସାଉଁଟିଛନ୍ତି ସଫଳତା । ଯେଉଁ ବୟସରେ ସେ ଖେଳକୁଦ କରି ସମୟ କଟାଇବା କଥା ସେହି ବୟସରେ ଚକିତ କଲା ଭଳି ପ୍ରତିଭା ତା ପାଖରେ ଦେଖିବାକୁ ମିଳିଛି । ତେବେ ଆଗକୁ ଏହିଭଳି ତାଙ୍କର ସଫଳତାର ଯାତ୍ରା ଜାରି ରହୁ ଏହାହିଁ ସମସ୍ତଙ୍କ ଆଶା ବୋଲି ତାଙ୍କ ଗ୍ରାମବାସି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.