ପ୍ରମୂଖ ଖବର
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ରତନ ଟାଟାଙ୍କ ସମ୍ପତ୍ତିର ୫୦୦ କୋଟିରୁ ଅଧିକ ପାଇବେ ରହସ୍ୟମୟ ବ୍ୟକ୍ତି... ଇଚ୍ଛାପତ୍ରରେ ରହିଛି ନାଁ

Published By : Prameya | February 8, 2025 9:05 AM

ନୂଆଦିଲ୍ଲୀ,୦୮/୦୨: ସ୍ୱର୍ଗତଃ ରତନ ଟାଟାଙ୍କ ଇଚ୍ଛାପତ୍ର ସମସ୍ତଙ୍କୁ ଚକିତ କରିଛି । ଟାଟା ନିଜ ଇଚ୍ଛାପତ୍ରରେ  ଏଭଳି ଜଣେ ବ୍ୟକ୍ତିଙ୍କ ନାଁରେ ୫୦୦  କୋଟି ଟଙ୍କାରୁ ଅଧିକ କରିଛନ୍ତି,  ଯାହାଙ୍କ ବିଷୟରେ କେହି ଜାଣନ୍ତି  ନାହିଁ । ସେ ହେଲେ ଜାମସେଦପୁର ବାସିନ୍ଦା ମୋହିନୀ ମୋହନ ଦତ୍ତା । 

ଦତ୍ତାଙ୍କୁ ରତନ ଟାଟାଙ୍କ ସମ୍ପତ୍ତିରୁ  ୫୦୦ କୋଟି ଟଙ୍କାରୁ ଅଧିକ ମିଳିବ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରତନ ଟାଟା ଏବଂ ମୋହିନୀ ମୋହନ ଦତ୍ତାଙ୍କ ସମ୍ପର୍କ ବହୁ ବର୍ଷ ପୁରୁଣା । ତେବେ ବେଶି ଲୋକ ଏହା ବିଷୟରେ ଜାଣନ୍ତି ନାହିଁ । ଇଚ୍ଛାପତ୍ରରେ ଦତ୍ତାଙ୍କ ନାଁ ଟାଟା ପରିବାରକୁ ଚକିତ କରିଛି । 

ଟାଟାଙ୍କ ସହ ମୋହିନୀ ମୋହନ  ଦତ୍ତାଙ୍କ ପ୍ରଥମ ଦେଖା ୧୯୬୦ ଦଶକ  ଆରମ୍ଭରେ ଜାମସେଦପୁରର ଡିଲର୍ସ  ହଷ୍ଟେଲରେ ହୋଇଥିଲା । ଏହି  ଦେଖାରେ ଦତ୍ତାଙ୍କ ଜୀବନ ବଦଳିଗଲା । ସେତେବେଳେ ରତନ ଟାଟାଙ୍କୁ ୨୪  ବର୍ଷ ବୟସ ହୋଇଥିଲା । ଦତ୍ତା ଏବେ  ବୟସର ୮୦ ଦଶକରେ ଅଛନ୍ତି । ସେ  ନିଜ କ୍ୟାରିୟରର ଆରମ୍ଭ ତାଜ ଗ୍ରୁପ୍‌  ସହ କରିଥିଲେ ଏବଂ ଏହା ପରେ  ଷ୍ଟାଲିଅନ୍‌ ଟ୍ରାଭେଲ ଏଜେନ୍ସି ନାମରେ ନିଜର ଏକ କମ୍ପାନି ଆରମ୍ଭ କରିଥିଲେ, ଯାହାର ମିଶ୍ରଣ ୨୦୧୩ରେ ତାଜ  ଗ୍ରୁପ୍‌ ଅଫ୍‌ ହୋଟେଲ୍ସର କମ୍ପାନି ତାଜ୍‌  ସର୍ଭିସେସ୍‌ ସହ ହୋଇଥିଲା । 

ମୋହିନୀ  ମୋହନ ଦତ୍ତା ଏବଂ ତାଙ୍କ ପରିବାରର  ଷ୍ଟାଲିଅନ୍‌ରେ ୮୦% ଅଂଶଧନ ରହିଲା ।  ଅବଶିଷ୍ଟ ଅଂଶ ଟାଟା ଇଣ୍ଡଷ୍ଟ୍ରିଜ୍‌  ପାଖରେ ଥିଲା । ଏହି କମ୍ପାନିକୁ  ପରେ ଟାଟା କ୍ୟାପିଟାଲ କିଣିଲା ଏବଂ  ଏହାକୁ ଥମାସ୍‌ କୁକ୍‌(ଭାରତ)କୁ  ବିକ୍ରି କରିଦେଲା । ଏବେ ଏହା ଟିସି  ଟ୍ରାଭେଲ ସର୍ଭିସେସ୍‌ ନାମରେ କାର୍ଯ୍ୟ କରୁଛି ଏବଂ ଦତ୍ତା ଏହାର ନିର୍ଦ୍ଦେଶକ ।  ଶ୍ରୀ ଦତ୍ତାଙ୍କ ପାଖରେ ଆଗକୁ ପୁଞ୍ଜି  ବଜାରରେ ସୂଚୀଭୁକ୍ତ ହେବାକୁ ଥିବା  ଟାଟା କ୍ୟାପିଟାଲ ସମେତ ଟାଟା ଗ୍ରୁପ୍‌  କମ୍ପାନିଗୁଡ଼ିକର ସେୟାର ଅଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.