ପ୍ରମୂଖ ଖବର
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

Published By : Harapriya Sethi | May 19, 2025 11:31 AM

ବ୍ରହ୍ମପୁର,୧୯/୦୫: ଗଞ୍ଜାମ ଜିଲ୍ଲା ଗଉଞ୍ଜୁ ଗାଁରେ ଅଭାବନୀୟ ଘଟଣା । ବ୍ରାହ୍ମଣ ସାହିରେ କାଳୁ ଚରଣ ମହାରଣାଙ୍କ କାର୍ ପୋଡି ଦେଲେ ଦୁର୍ବୃତ୍ତ । ଫଳରେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲେ ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ, ରବିବାର ରାତିରେ ଲାଞ୍ଜିପଲ୍ଲି ଯାତ୍ରା ଦେଖିବାକୁ ଯାଇଥିଲେ କାଳୁ ଚରଣ ମହାରଣା । ଘରେ ନଥିବା ବେଳେ ରାତି ପ୍ରାୟ ସାଢେ ୨ଟାରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ହେଲେ ଏହାରି ଭିତରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ ହୋଇନଥିବା କହିଛନ୍ତି ଗୋପାଳପୁର ଥାନା ଆଆଇସି ପ୍ରଶାନ୍ତ କୁମାର ମଲ୍ଲିକ । ଘଟଣା ବିଷୟରେ ଜାଣିବା ପରେ ତଦନ୍ତ କରାଯାଉଛି ।

ତେବେ ଗାଁ ଲୋକଙ୍କ କହିବା ଅସୁଯାୟୀ, ରାତି ପ୍ରାୟ ଗୋଟାଏ ପର୍ଯ୍ୟନ୍ତ କୌଣସି ଅଘଟଣ ଘଟି ନଥିଲା। ରାତି ୨ଟାରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । କିଏ ଓ କାହିଁକି ଗାଡ଼ିରେ ନିଆଁ ଲଗାଇଛି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.