ଭୁବନେଶ୍ବର,୧।୧୦ : ରାଜଧାନୀରେ ଲଜ୍ଜା । ଘରୁ ଲୁଟ୍ କରିବାକୁ ଆସି ମହିଳାଙ୍କୁ ଦୁଷ୍କର୍ମ କଲେ ଦୁର୍ବୃତ୍ତ। ନିଜ ଛୋଟ ଝିଅ ସହ ଏକା ରହୁଥିବା ଜାଣି ମହିଳାଙ୍କୁ ୨ ଜଣ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ମୈତ୍ରୀ ବିହାର ଥାନା ଅଂଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଲଜ୍ଜ୍ୟାକର ଘଟଣା।
ଗତ ରବିବାର ବିଳମ୍ବିତ ରାତିରେ ଦୁଇ ଲୁଟେରା ଘରେ ଲୁଟ୍ କରିବାକୁ ଆସିଥିଲେ। ଏହି ସମୟରେ ମହିଳା ଶୋଇଥିବା ଦେଖି ଘରୁ ଚୋରି କରିବା ପରିବର୍ତ୍ତେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏନେଇ ମହିଳା ଜଣକ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି। ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ସେପଟେ ରଜାଧନୀରେ ଏମିତି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।