ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ମାନବ ଚାଲାଣରୁ ଉଦ୍ଧାର ହେଲେ ନାବାଳିକା; ରେଳ ସୁରକ୍ଷା ବଳର ସଫଳ ଅଭିଯାନ

Published By : Bijay Swain | May 16, 2025 6:31 PM

ନୂଆଦିଲ୍ଲୀ: ରାକ୍ସୌଲ ରେଳ ଷ୍ଟେସନରେ ମଇ ୧୩ ତାରିଖ ସକାଳେ ରେଳ ସୁରକ୍ଷା ବଳ(ଆରପିଏଫ) ଏକ ସଫଳ ଅଭିଯାନ ଚଳାଇ ଚାରି ନାବାଳିକାଙ୍କୁ ମାନବ ଚାଲାଣରୁ ଉଦ୍ଧାର କରିଛି। ୧୩ ରୁ ୧୭ ବର୍ଷ ବୟସର ଏହି ଝିଅମାନଙ୍କୁ ଆରପିଏଫ, ଜିଆରପି ରାକ୍ସୌଲ, ଏସଏସବି ଆଣ୍ଟି-ହ୍ୟୁମାନ ଟ୍ରାଫିକିଂ ୟୁନିଟ, ରେଳ ଚାଇଲ୍ଡଲାଇନ-ରାକ୍ସୌଲ ଏବଂ ଏନଜିଓ "ପ୍ରୟାସ ଜୁଭେନାଇଲ ଏଡ ସେଣ୍ଟର" ସହଯୋଗରେ ରାକ୍ସୌଲ-ଆନନ୍ଦ ବିହାର ସତ୍ୟାଗ୍ରହ ଏକ୍ସପ୍ରେସରୁ ଉଦ୍ଧାର କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନେପାଳରୁ ଏହି ନାବାଳିକାମାନଙ୍କୁ ଚାକିରି ଓ ଗୋରଖପୁରରେ ନିଖୋଜ ସମ୍ପର୍କୀୟଙ୍କୁ ଖୋଜିବା ନାମରେ ଭୁଲ ପ୍ରତିଶ୍ରୁତି ଦେଇ ମାନବ ଚାଲାଣ କରାଯାଉଥିଲା। ସେମାନଙ୍କ ପରିବାର ଏହି ଯାତ୍ରା ବିଷୟରେ କିଛି ଜାଣି ନଥିଲେ। ଯାହା ଚାଲାଣରୀଙ୍କର ଏକ ସାଧାରଣ କୌଶଳ ଭାବେ ଜଣାଶୁଣା। ଏହି ମାନବ ଚାଲାଣ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି। ତେବେ ଉଦ୍ଧାର ହୋଇଥିବା ନାବାଳିକାମାନଙ୍କୁ ଶିଶୁ ସୁରକ୍ଷା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଜିଆରପି ରାକ୍ସୌଲରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଜୁଭେନାଇଲ ଜଷ୍ଟିସ ଆକ୍ଟ ଏବଂ ଶିଶୁ ଶ୍ରମ ନିଷେଧ ଆଇନ ଅନୁଯାୟୀ ଏକ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି।

ଆରପିଏଫ ମହାନିର୍ଦ୍ଦେଶକ ଶ୍ରୀ ମନୋଜ ଯାଦବ ସୂଚନା ଦେଇ କହିଛନ୍ତି ଯେ, “ଏହି ଘଟଣା ମାନବ ଚାଲାଣର ଭୟାବହତାକୁ ପୁନର୍ବାର ସାମ୍ନାକୁ ଆଣିଛି। ଆଗକୁ ଆମେ ସବୁବେଳେ ସତର୍କ ରହିବୁ। ଯାତ୍ରୀମାନଙ୍କୁ ଅନୁରୋଧ, କିଛି ସନ୍ଦେହଜନକ ଦେଖିଲେ ୧୩୯ ନମ୍ବରରେ ସୂଚନା ଦିଅନ୍ତୁ। ଆପଣଙ୍କ ଏକ ପଦକ୍ଷେପ କାହା ଜୀବନ ବଦଳାଇ ଦେଇପାରେ।”

ଏହି ଉଦ୍ଧାର ଆରପିଏଫର ଅପରେସନ ଏଏଚଟି (ଆକ୍ସନ ଏଗେନଷ୍ଟ ହ୍ୟୁମାନ ଟ୍ରାଫିକିଂ)ର ଏକ ଅଂଶ ବିଶେଶ ଥିଲା ବୋଲି ଜଣାପଡିଛି। ଯାହା ଅଧିନରେ ୨୦୨୪-୨୫ରେ ୯୨୯ ପୀଡ଼ିତଙ୍କୁ (୮୭୪ ଶିଶୁ ସହିତ) ଉଦ୍ଧାର ଓ ୨୭୪ ମାନବ ଚାଲାଣକାରୀଙ୍କୁ ଗିରଫ କରାଯାଇଛିଛ। ରେଳ ନେଟୱାର୍କରେ ଆଣ୍ଟି-ହ୍ୟୁମାନ ଟ୍ରାଫିକିଂ ୟୁନିଟ (ଏଏଚଟିୟୁ) ସ୍ଥାପନ ଏବଂ ୨୦୨୪ରେ ଜାତୀୟ ମହିଳା ଆୟୋଗ ସହିତ ସହଯୋଗ ଏହି ଲଢ଼େଇକୁ ଆହୁରି ଶକ୍ତିଶାଳୀ କରିଛି।

ଆରପିଏଫ ସତର୍କତା, ସାମୁହିକ ସହଯୋଗ ଓ ସଚେତନତା ମାଧ୍ୟମରେ ଶିଶୁମାନଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା ହୋଇ ପାରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.