ଆଠମଲ୍ଲିକ, ୨୩/୧୨: କୁକୁଡ଼ାଦର ଘାଟି ଏଲିଫେଣ୍ଟ ଅଣ୍ଡର ପାସରେ ଓଲଟିଲା ମିନିଟ୍ରକ୍ । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ କୁକୁଡ଼ାଦର ଘାଟିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ ଆଠମଲ୍ଲିକରୁ ଢେଙ୍କାନାଳ ଯାଉଥିଲା ଏକ ମିନିଟ୍ରକ୍ । ନିର୍ମାଣ ଚାଲଥିବା ଏଲିଫେଣ୍ଟ ଅଣ୍ଡର ପାସରେ ସଂକେତିକ ଚିହ୍ନ ନଥିବାରୁ ଗାଡିଟି ବାଇପାସ ରୋଡ଼ରେ ଯିବା ପରିବର୍ତ୍ତେ ନିର୍ମାଣ ଚାଲିଥିବା ବ୍ରିଜ ଓପରକୁ ଚଡି ଯାଇଥିଲା । ଉକ୍ତ ରାସ୍ତାରେ ଓଦା ମାଟି ଗଦା ହୋଇ ରହିଥିବାରୁ ଟ୍ରକ୍ଟି ଭାରସାମ୍ୟ ହରାଇ ପୋଲ ସାଇଟ୍କୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ଗାଡ଼ିର ହେଲ୍ପର ଏବଂ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି ।