ରାଉରକେଲା,୦୭/୦୬: ରାଉରକେଲା କୋଏଲ ନଦୀର ବୈକୁଣ୍ଠ ଘାଟରେ ଅଘଟଣ। ନଦୀ ପାରି ହେଉଥିବା ବେଳେ ବୁଡ଼ି ଯାଇ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ।
ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତି ନଦୀ ପାରି ହେଉଥିଲେ। ହେଲେ ନଦୀରେ ପାଣି ଅଧିକ ଥିବାରୁ ସେ ବୁଡ଼ି ଯାଇଥିଲେ। ସନ୍ଧ୍ୟା ହୋଇ ଯାଇଥିବାରୁ ନଦୀରେ ଖୋଜାଖୋଜି କରିବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ଅସୁବିଧା ହୋଇଥିଲା। ଏନେଇ ଆଜି ଅର୍ଥାତ ଶନିବାର ସକାଳେ ଅଗ୍ନିଶମ କର୍ମଚାରୀ ବୋଟ୍ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ। ପ୍ରାୟ ୨ ଘଣ୍ଟା ଖୋଜାଖୋଜି କରିବା ପରେ ନଦୀରେ ବୁଡ଼ି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସେକ୍ଟର-୧୯ ପୁଲିସ୍ ମୃତଦେହ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାର ଶବାଗାରରେ ରଖିଛି ।