ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ମାସେ ହୋଇଗଲା, ପୂଜାକୁ ଫେରନ୍ତୁ; ମମତା ବାନାର୍ଜୀଙ୍କ ବୟାନ ପରେ ବିବାଦ, ପୀଡିତା ଡାକ୍ତରଙ୍କ ବାପା-ମା’ଙ୍କ କଡ଼ା ପ୍ରତିକ୍ରିୟା

Published By : Prameya | September 10, 2024 2:44 PM

କୋଲକାତା,୧୦।୯:  କୋଲକାତା ଆରକିଜକର ହସ୍ପିଟାଲରେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ଏବେ କାଠଗଡାରେ। ସେଭଳି ପଶ୍ଚିମବଙ୍ଗରେ ଡାକ୍ତରମାନେ ମଧ୍ୟ ଟିଏମ୍‌ସି ସରକାରଙ୍କ ବିରୋଧରେ ବିକ୍ଷୋଭ ଜାରି ରଖିଛନ୍ତି। ଏହା ମଧ୍ୟରେ ମମତା ବାନାର୍ଜୀ ଲୋକଙ୍କୁ ଯେତେବେଳେ ଦୁର୍ଗାପୂଜାରେ ସାମିଲ ହେବାକୁ  ଅପିଲ କରିଛନ୍ତି। ତେବେ ମମତାଙ୍କ ଏହି ଅପିଲକୁ ନେଇ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି।

ଦିନକ ପୂର୍ବରୁ ମିଡିଆ ସହ କଥା ହୋଇ ମମତା କହିଥିଲେ, ମାସେ ହୋଇଗଲଣି ଏଭଳି ସ୍ଥିତିରେ ମୋର ନିବେଦନ ଆପଣମାନେ ପୂଜାକୁ ଫେରନ୍ତୁ, ପର୍ବରେ ସାମିଲ ହୁଅନ୍ତୁ। ମୁଁ ସିବିଆଇରୁ କହିଛି ଖୁବ୍ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରାଯାଉ। ପଶ୍ଚିମବଙ୍ଗରେ ଗତ ମାସ ଧରି ହେଉଥିବା ପ୍ରଦର୍ଶନକୁ ନେଇ ମମତା କହିଛନ୍ତି, ଯଦି ଆପଣମାନେ ସବୁ ରାତିରେ ସଡକରେ ବିକ୍ଷୋଭ ପ୍ରଦର୍ଶନ କରିବେ,ତେବେ ବହୁତ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମମତା କହିଛନ୍ତି, ବହୁ ସ୍ଥାନରେ ବୟସ୍କ ଲୋକ ରୁହନ୍ତି। ଯଦି ଆପଣ ମାଇକର ବ୍ୟବହାର କରନ୍ତି ତେବେ ସେମାନଙ୍କ ନିଦ ଖରାପ ହୋଇପାରେ। ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଅନୁସାରେ, ରାତି ୧୦ଟା ପରେ ମାଇକ୍ ବ୍ୟବହାର କରିବା ବେଆଇନ୍। ପ୍ରାୟ ଏକ ମାସ ଧରି ଏଭଳି ହେଉଛି। ଆମେ ଏହି କଥାକୁ ଧ୍ୟାନ ଦେଇନଥିଲୁ। ମମତା କହିଛନ୍ତି, ମାମଲାର ତଦନ୍ତ ସିବିଆଇ କରୁଛି। ଯେଉଁ ମହିଳା ଡାକ୍ତରଙ୍କ ସହ ଏଭଳି ହୋଇଛି ତାଙ୍କୁ ନ୍ୟାୟ ମିଳିବା ଦରକାର। ଫାଷ୍ଟ ଟ୍ରାକ୍ କୋର୍ଟରୁ ତାଙ୍କୁ ତୁରନ୍ତ ନ୍ୟାୟ ମିଳିବା ଦରକାର। ପୁରା ଦୁନିଆରେ ପଶ୍ଚିମବଙ୍ଗକୁ ବଦନାମ କରାଯାଉଛି। ଏଥିପାଇଁ ଏକ ହ୍ବାଟସଆପ୍ ଗ୍ରୁପ୍ ହୋଇଛି। ଯେଉଁମାନେ ବଙ୍ଗଳାର ଖାଇଛନ୍ତି ଓ ଏଠାର ବାସିନ୍ଦା, ସେମାନେ ବାହାରେ ବଦନାମ କରୁଛନ୍ତି।

ମୃତ ମହିଳା ଡାକ୍ତରଙ୍କ ବାପା-ମା ଏବେ ମମତାଙ୍କ ଏହି କଥା ନେଇ ପ୍ରତିକ୍ରିୟା ଦେଛନ୍ତି। ସେମାନେ କହିଛନ୍ତି, ଆମର ପର୍ବ ସହ କ’ଣ ସମ୍ପର୍କ ଅଛି। ଆମେ ଆମର ଝିଅକୁ ହରାଇଛୁ। ଆପଣ ଆମର ଝିଅକୁ ଫେରାନ୍ତୁ। ଯଦି ତାଙ୍କ ପରିବାରରେ ଏଭଳି ହୋଇଥାନ୍ତା, ତେବେ କ’ଣ ଏଭଳି କହିବାକୁ ସାହାସ ହୋଇଥାନ୍ତା ?ଆମେ  ନିଜ ଝିଅ ସହ ଦୁର୍ଗାପୂଜା ପାଳନ କରୁଥିଲୁ, କିନ୍ତୁ ଏବେ ଆମେ କୌଣସି ପର୍ବ ପାଳନ କରିବୁନି। ମମତାଙ୍କ ବୟାନ ସମ୍ବେଦନହୀନ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.