ପ୍ରମୂଖ ଖବର
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ବିଜେପି ସାଙ୍ଗଠନିକ ନିର୍ବାଚନ : ମନମୋହନ ସାମଲ ରିପିଟ୍ ନା ଆଉ କିଏ ? ଆଜି ସଭାପତି ପଦ ପାଇଁ ନାମାଙ୍କନ
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ

Published By : Prameya | October 9, 2024 7:25 AM

ପୁରୀ,୦୯/୧୦: ବୁଧବାରଠାରୁ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଦେବୀ ପୀଠରେ ଆରମ୍ଭ ହେଉଛି ଠାକୁରାଣୀଙ୍କ ତ୍ରିଦିନାତ୍ମକ ପୂଜା । ଏଥିସହ ବଡ଼ଦେଉଳରେ ହେବ ମା’ବିମଳାଙ୍କ ମହାସପ୍ତମୀ ପୂଜା । ଏହି ଅବସରରେ ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ ।  ଏହି ତିନି ଦିନ ଠାକୁରଙ୍କ ରାତ୍ର ପହୁଡ଼ ପରେ ପଶ୍ଚିମଦ୍ୱାର ଦେଇ ସଙ୍ଖୁଡ଼ି ଭୋଗ ଦ୍ରବ୍ୟାଦି  ଶ୍ରୀମନ୍ଦିରକୁ ପ୍ରବେଶ କରିବ । ଏଥିସହ ଦେବୀ ପୀଠରେ ମଧ୍ୟ ପୂଜକ ଓ କମିଟି କର୍ମକର୍ତ୍ତା  ମିଶି ମା’ଙ୍କ ସ୍ୱତନ୍ତ୍ର ତିନି ପୂଜା ପାଇଁ ପ୍ରସ୍ତୁତି ସାରିଛନ୍ତି । ମନ୍ଦିର ସମ୍ମୁଖରେ ତୋରଣ ବନ୍ଧାହୋଇ  ଠାକୁରାଣୀଙ୍କ ପୂଜାର୍ଚ୍ଚନାରେ ଭକ୍ତଙ୍କ ଯୋଗଦାନ ପାଇଁ ପରିଚାଳନାକାରୀ ବ୍ୟବସ୍ଥା କରିଛନ୍ତି । 

ଶ୍ରୀମନ୍ଦିରକୁ ଆମିଷ ପ୍ରବେଶ ପ୍ରସଙ୍ଗ ହୁଏତ ଅଧିକାଂଶଙ୍କୁ ଜଣାନଥିବ । କିଛି ବିଶେଷ  ବିଧିରେ ଶ୍ରୀମନ୍ଦିରକୁ ଆମିଷ ଯାଇଥାଏ । ଶ୍ରୀକ୍ଷେତ୍ରାଧିଶ୍ୱରୀ ମା’ବିମଳାଙ୍କ ଷୋଳ ପୂଜା  ଅବସରରେ ତ୍ରିଦିନାତ୍ମକ ପୂଜାରେ ଆମିଷ (ମାଛ) ଭୋଗ ଲାଗିବ । ବଡ଼ଦେଉଳରେ  ପ୍ରଚଳିତ ଭାଷାରେ ଖଟୁଆ ଯୋଗାଉଥିବା ଏହି ମାଛକୁ କୁହାଯାଏ ‘ଖଟୁଆ ନିତିଆନି’ ।  

ମହାପ୍ରଭୁଙ୍କ ପହୁଡ଼ ପରେ ଶ୍ରୀମନ୍ଦିର ଶୋଧ ହୋଇ ବିଳମ୍ବିତ ରାତିରେ ମା’ବିମଳାଙ୍କ ଏହି  ସ୍ୱତନ୍ତ୍ର ନୀତି ହୋଇଥାଏ । ଏଥିସହ ପୂଜା ତିନି ଦିନ ଭଣ୍ଡାରଘର ଆୟୁଧ ପୂଜାରେ ବସିଥାନ୍ତି ।  ଏଥିସହ ପୀଠରେ ପାଳନ ହେବ ବଳି ବିଧି । ମହାଷ୍ଟମୀ ଓ ମହାନବମୀରେ ଅନୁରୂପ ପୂଜା  ହେବ । ଗୁପ୍ତ ଗୁଣ୍ଡିଚା ବିଧିବିଧାନ ଅନୁସାରେ ଦୁର୍ଗା-ମାଧବ ଏକତ୍ର ଦୋଳମଣ୍ଡପ ସାହିସ୍ଥିତ  ନାରାୟଣୀଙ୍କ ମନ୍ଦିରରେ ବିଜେ ହେବେ । ଗୁରୁବାର ମହାଷ୍ଟମୀ, ଶୁକ୍ରବାର ମହାନବମୀ,  ଶନିବାର ବିଶ୍ରାମ ପରେ ରବିବାର ଶ୍ରୀମନ୍ଦିରରେ ମା’ବିମଳାଙ୍କ ଦଶହରା ପୂଜା ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.