ପ୍ରମୂଖ ଖବର
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ରଥରୁ ପଣା ସଂଗ୍ରହ ଉପରେ କଟକଣା

Published By : Prameya | July 7, 2025 11:22 AM

ପୁରୀ,୦୭/୦୭: ବିବିଧ ସୁସ୍ୱାଦୁ ଜିନିଷରେ ରଥ ଉପରେ ପ୍ରସ୍ତୁତ ହେବ ଅଧରପଣା । ରଥର  ବିରାଜିତ ସମସ୍ତ ଦେବାଦେବୀଙ୍କ ସମେତ ଯୋଗିନୀଗଣ ମହାପ୍ରଭୁଙ୍କ ଏହି ଅଧର ଚୁମ୍ବିତ ପଣା ପିଇ ଶାନ୍ତି ପାଇବେ ।  ଶ୍ରୀଜିଉମାନଙ୍କୁ ସମର୍ପିତ ହେବା ପରେ ଅଧରପଣା ଭର୍ତ୍ତି  ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ତେବେ ଅନେକ  ସେବାୟତ ଏହି ଅଧରାମୃତକୁ ରଥ ଉପରେ କିମ୍ବା ରଥ ତଳେ ରହି  ସଂଗ୍ରହ କରି ନିଅନ୍ତି । ଅନେକ ସମୟରେ ହାଣ୍ଡି ଭଙ୍ଗା ଯିବା ପୂର୍ବରୁ  ମଧ୍ୟ ପଣା ହାଣ୍ଡିରୁ ପଣା ବୋହି ନିଅନ୍ତି ସେବାୟତ ।

ମହାପ୍ରଭୁଙ୍କ  ଅଧରପଣା ଲାଗିର ଦିବ୍ୟ ମୁର୍ହୂତ୍ତକୁ ଏହି ସମୟର ଗଣମାଧ୍ୟମ  ଯୋଗେ ବିଶ୍ୱର କୋଟି କୋଟି ଶ୍ରଦ୍ଧାଳୁ ଦେଖି ଆତ୍ମ ବିଭୋର ହୁଅନ୍ତି । ଏହି ସମୟରେ ରଥ ଉପରେ ଏଭଳି ଅପ୍ରୀତିକର  ସ୍ଥିତିକୁ ନେଇ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରନ୍ତି ।  ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥ ଉପରେ ଅଧର  ପଣା ହାଣ୍ଡି ଭଙ୍ଗା ହେବା ପରେ କୌଣସି ବ୍ୟକ୍ତି ଅଧର ପଣା  ସଂଗ୍ରହ କରିବେ ନାହିଁ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବ୍ୟବସ୍ଥାବଳିରେ ନିୟମ କରିଛି । ପୂଜାପଣ୍ଡା, ମହାସୁଆର ଓ  ଦଇତାପତି ନିଯୋଗ ଏଥିପ୍ରତି ଯତ୍ନବାନ ହେବାକୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.