ପୁରୀ ୦୭/୦୭: ରଥ ଉପରେ ସୁନାବେଶରେ ଶ୍ରୀଜିଉ ଦାଉଦାଉ ଦିଶୁଥିଲେ । ଶ୍ରୀଜିଉଙ୍କ ଅପୂର୍ବ ଆଭା ଦର୍ଶନ ଲାଗି ବଡ଼ଦାଣ୍ଡରେ ଥିଲା ଭକ୍ତଙ୍କ ଗହଳି । ଠାକୁରଙ୍କ ସୁନା ବେଶ ଅବସରରେ ଶ୍ରୀକ୍ଷେତ୍ରରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି । ସୁନାବେଶରେ ଠେଲାପେଲା ହୋଇ ୫୦୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ଓ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଯକ୍ଷ୍ମା ଓ ସଂକ୍ରାମକ ଏବଂ ଅସ୍ଥାୟୀ ଚିକତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୫ଜଣ ଗୁରୁତର ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସେହିଭଳି ସମୁଦ୍ରରେ ସ୍ନାନ କରି ୫ଜଣ ପର୍ଯ୍ୟଟକଙ୍କ ଆହତ ହୋଇ ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟି...