ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ: ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ହରିୟାଣା ଏବଂ ଜମ୍ମୁକାଶ୍ମୀର ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଥିବା ବେଳେ ଏବେ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏହି ଦୁଇ ରାଜ୍ୟର ନିର୍ବାଚନ ଲାଗି ମଙ୍ଗଳବାର ବିଗୁଲ ବାଜିଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ ଜରିଆରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ । ନିର୍ବାଚନ ଫଳାଫଳ ୩ ଦିନ ପରେ ଅର୍ଥାତ ନଭେମ୍ବର ୨୩ରେ ଘୋଷଣା ହେବ ।    


ସେହିଭଳି ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୧୩ ଏବଂ ୨୦ରେ ମତଦାନ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ । ଝାଡ଼ଖଣ୍ଡ ନିର୍ବାଚନ ଲାଗି ଅକ୍ଟୋବର ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ ।  ଅକ୍ଟୋବର ୨୫ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୨୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଅକ୍ଟୋବର ୩୦ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।  



ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର କହିଛନ୍ତି ଯେ, ଝାଡ଼ଖଣ୍ଡରେ ମୋଟ ମତଦାତାଙ୍କ ସଂଖ୍ୟା ୨.୬ କୋଟି । ସେଥିମଧ୍ୟରୁ ୧.୨୯ କୋଟି ମହିଳା ଏବଂ ୧.୩୧ କୋଟି ପୁରୁଷ ଭୋଟର । ପ୍ରଥମ ଥର ମତଦାନ ଦେବାକୁ ଯାଉଛନ୍ତି ୧୧.୮୪ ଲକ୍ଷ ମତଦାତା । ଝାଡ଼ଖଣ୍ଡରେ ୨୯,୫୬୨ଟି ମତଦାନ କେନ୍ଦ୍ର ହେବ । ସେହିଭଳି ମହାରାଷ୍ଟ୍ରରେ ମୋଟ ମତଦାତାଙ୍କ ସଂଖ୍ୟା ୯.୬୩ କୋଟି ହୋଇଥିବା ବେଳେ ୪.୯୭ କୋଟି ପୁରୁଷ ଏବଂ ୪.୬୬ କୋଟି ମହିଳା ମତଦାତା ଅଛନ୍ତି । ପ୍ରଥମ ଥର ମତଦାନ କରିବେ ୨୦.୯୩ ଲକ୍ଷ ଭୋଟର । ମହାରାଷ୍ଟ୍ରରେ ୧,୦୦,୧୮୬ଟି ମତଦାନ କେନ୍ଦ୍ର ହେବ । ଚଳିତବର୍ଷ ଦିବ୍ୟାଙ୍ଗ ଏବଂ ମହିଳାଙ୍କ ଦ୍ବାରା ପରିଚାଳିତ ବୁଥ ନିର୍ମାଣ କରାଯିବ ବୋଲି ମଧ୍ୟ ଇସିଆଇ କହିଛନ୍ତି । 

ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମେତ ୧୫ ରାଜ୍ୟର ୪୮ ବିଧାନସଭା ଏବଂ ଦୁଇଟି ଲୋକସଭା ଆସନରେ ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛନ୍ତି ଇସିଆଇ । ଆସାମର ୫ ବିଧାନସଭା, ବିହାର ୪, ଛତିଶଗଡ଼ ୧, ଗୁଜରାଟ ୧, କର୍ଣ୍ଣାଟକ ୩ , କେରଳ ୩, ମଧ୍ୟପ୍ରଦେଶ ୨, ମେଘାଳୟ ୧, ପଞ୍ଜାବ ୪, ରାଜସ୍ଥାନ ୭, ସିକ୍କିମ ୨, ଉତ୍ତର ପ୍ରଦେଶ ୯,  ଉତ୍ତରାଖଣ୍ଡ ୧ ଏବଂ ପଶ୍ଚିମବଙ୍ଗର ୬ଟି ବିଧାସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। 

ଏହା ବ୍ୟତୀତ କେରଳର ଓ୍ବାୟନାଡ ଏବଂ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନରେ ଉପନିର୍ବାଚନ ହେବ ।  ନଭେମ୍ବ ୧୩ରେ ୪୭ ବିଧାନସଭା ଏବଂ ଓ୍ବାୟନାଡ ଲୋକସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ  ଉତ୍ତରାଖଣ୍ଡର ଗୋଟିଏ ବିଧାନସଭା ଆସନ ଏବଂ ନାନ୍ଦେଡ ଲୋକସଭା ଉପନିର୍ବାଚନ ନଭେମ୍ବର ୨୦ରେ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.