ନୂଆଦିଲ୍ଲୀ,୨୨/୧୧: ମହାରାଷ୍ଟ୍ରରେ ଭୋଟ୍ ଗଣତି ପୂର୍ବରୁ ମହାୟୁତି ଏବଂ ମହା ବିକାଶ ଆଘାଡି ଆଗରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀ ପଦ ପାଇଁ କିଏ ମୁଖ୍ୟ ଚେହେରା ପାଟଲିବେ? ଭୋଟର ଗଣନା ଶନିବାର ଦିନ ହେବ, ସେତେବେଳେ ହିଁ ଜନସାଧାରଣ କେଉଁ ଦଳକୁ କ୍ଷମତା ଗାଦିରେ ବସାଇଛନ୍ତି, ତାହା ଜଣା ପଡ଼ିବ। କିନ୍ତୁ ଏହାପୂର୍ବରୁ ଶାସକ ମହାୟୁତି ଏବଂ ବିରୋଧୀ ମହା ବିକାଶ ଆଘାଡି ମଧ୍ୟରେ ମତଭେଦ ଦେଖାଦେଇଛି ଯେ ପରବର୍ତ୍ତୀ ସରକାରର ନେତୃତ୍ୱ କେଉଁ ଦଳ ନେବ ଏବଂ ଉଭୟ ଦଳରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ କିଏ ଦାବିଦାର ହେବେ?
ନାନା ପଟୋଲେଙ୍କୁ ନେଇ ମହା ବିକାଶ ଅଘାଡ଼ିରେ ବଢ଼ିଲା ଚିନ୍ତା:
୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ବୁଧବାର ସନ୍ଧ୍ୟାରେ ଭୋଟ୍ ସମାପ୍ତ ହେବା ପରେ ଶାସକ ତଥା ବିରୋଧୀ ଦଳ ଦାବି କରିବାକୁ ଲାଗିଲେ ଯେ ନଭେମ୍ବର ୨୩ ରେ ଭୋଟ୍ ଗଣିବା ପରେ ଏହି ଜନାଦେଶ ସେମାନଙ୍କ ସପକ୍ଷରେ ରହିବ। ଭୋଟ୍ ଦେବାର କିଛି ସମୟ ପରେ ରାଜ୍ୟ କଂଗ୍ରେସ ମୁଖ୍ୟ ନାନା ପାଟୋଲ କହିଛନ୍ତି ଯେ ତାଙ୍କ ଦଳର ନେତୃତ୍ୱରେ ମହାରାଷ୍ଟ୍ରରେ ଏମଭିଏ ସରକାର ଗଠନ ହେବ। ସେ କହିଛନ୍ତି, ଭୋଟିଂ ଟ୍ରେଣ୍ଡରୁ ଜଣାପଡ଼ିଛି ଯେ କଂଗ୍ରେସ ନୂଆ ବିଧାନସଭାରେ ସର୍ବାଧିକ ଆସନ ପାଇବ। ସହଯୋଗୀ ଶିବସେନା (ୟୁବିଟି) ଙ୍କୁ ନାନା ପାଟୋଲଙ୍କ ମନ୍ତବ୍ୟ ପସନ୍ଦ ଆସିନି। ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଯେ ଏମ୍ଭିଏ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସମସ୍ତ ସହଯୋଗୀ ଦଳ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ସ୍ଥିର କରିବେ। ରାଜ୍ୟସଭା ସାଂସଦ କହିଛନ୍ତି ଯେ ଯଦି କଂଗ୍ରେସ ହାଇକମାଣ୍ଡ ପାଟୋଲଙ୍କୁ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେବେ, ତେବେ ଜାତୀୟ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାକୁ ଘୋଷଣା କରିବା ଉଚିତ।
ସିନ୍ଦେ ପୁଣି ହେବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ?
ମହାୟୁତି ମେଣ୍ଟ ଶନିବାର ମତ ଗଣନା ପରେ ପରବର୍ତ୍ତୀ ସରକାର ଗଠନ କରିବେ ବୋଲି ଆଶବାଦୀ ଅଛନ୍ତି। ଏପରିକି ଅଧିକାଂଶ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ଯେ ମହାୟୁତି କ୍ଷମତା ବଜାୟ ରଖିବ, ଏପରିକି କେହି କେହି ଏମ୍ଭିଏକୁ ସମର୍ଥନ କରିଛନ୍ତି। ତେବେ ମହାୟୁତି ପକ୍ଷରୁ ଶିବସେନା ବିଧାୟକ ତଥା ଦଳର ମୁଖପାତ୍ର ସଞ୍ଜୟ ଶିରସାଟ କହିଛନ୍ତି ଯେ ଦଳର ବିଜୟ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେଙ୍କ ଚେହେରାକୁ ନେଇ ଦଳରେ ପୂର୍ବରୁ ଚର୍ଚ୍ଚା ଲାଗି ରହିଥିଲା। ଶିରସାଟ କହିଛନ୍ତି, "ଭୋଟରମାନେ ଭୋଟ୍ ମାଧ୍ୟମରେ ସିନ୍ଦେଙ୍କୁ ପାଇଁ ନିଜର ପ୍ରଥମ ପସନ୍ଦ ଭାବେ ପ୍ରଦର୍ଶିତ କରିଛନ୍ତି। ମୁଁ ଭାବୁଛି ଏହା ସିନ୍ଦେଙ୍କର ଅଧିକାର ଏବଂ ଆମେ ନିଶ୍ଚିତ ଯେ ସେ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।"
ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚେହେରାରେ ଅଜିତ ପାଓ୍ବାର...
ଶୀର୍ଷ ପଦବୀ ପାଇଁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସପକ୍ଷରେ ବିଜେପି ନେତା ପ୍ରବୀଣ ଡାରେକର କହିଛନ୍ତି। ସେ କହିଛନ୍ତି ମୁଁ ଭାବୁଛି ଯଦି ବିଜେପିର କେହି ସିଏମ୍ ଚେହେରା ଅଛନ୍ତି, ତେବେ ସେ ଦେବେନ୍ଦ୍ର ଫଡନାଭିସ୍ ହିଁ ହେବେ। ଏହି ସମ୍ମାନଜନକ ପଦ ପାଇଁ ଏନସିପି ନେତା ଆମୋଲ ମିତକରୀ ତାଙ୍କ ଦଳର ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନାଁ ପ୍ରସ୍ତାବ ରଖିଥିଲେ। ମିତକରୀ କହିଛନ୍ତି, ଫଳାଫଳ ଯାହା ହେଉନା କାହିଁକି, ଏନସିପି କିଙ୍ଗମେକର ହେବ। ମୁଖ୍ୟମନ୍ତ୍ରୀଙ୍କ ଚେହେରା ବିଷୟରେ ପଚରାଯିବାରୁ ଫଡନାଭିସ୍ କହିଛନ୍ତି ଯେ ତିନିଟି ମହାଯୁତୀ ଏକାଠି ବସି ଏକ ଉତ୍ତମ ନିଷ୍ପତ୍ତି ନେବେ।