ନୂଆଦିଲ୍ଲୀ: ଡ୍ରାଏ ଫ୍ରୁଟସ୍ର ଶରୀର ପ୍ରତି କ’ଣ ଫାଇଦା ରହିଛି ତାହା ପ୍ରାୟ ସମସ୍ତଙ୍କୁ ଜଣା ଅଛି । କିନ୍ତୁ ଭାରତୀୟ ବଜାରରେ ଏସୁବୁର ଦାମ ଏତେ ଅଧିକ ଯେ, ସବୁ ବର୍ଗର ଲୋକେ ଏହାକୁ କ୍ରୟ କରି ଖାଇବା ପ୍ରାୟତଃ କଷ୍ଟସାଧ୍ୟ । ଏବେ ଏହି ଡ୍ରାଏ ଫ୍ରୁଟ୍ସ କେବଳ ସମ୍ଭ୍ରାନ୍ତ ଶେଣୀର ଲୋକମାନଙ୍କ ଖାଦ୍ୟର ଏକ ଅଂଶ ବୋଲି କହିଲେ ଭୁଲ ହେବ ନାହିଁ । କାଜୁ, ପିସ୍ତା ବାଦାମ, ଆଲମଣ୍ଡ ଭଳି ଡ୍ରାଏ ଫ୍ରୁଟସ୍ର ଦାମ ଆକାଶ ଛୁଆଁ । ଭାରତୀୟ ବଜାରରେ ଆଲମଣ୍ଡର ଦାମ କେଜି ପ୍ରତି ୭୦୦ରୁ ୮୦୦ ଟଙ୍କା ରହିଛି । ପ୍ରକୃତରେ ଏହି ଡ୍ରଏ ଫ୍ରୁଟର ଦାମ ଏତେ ଅଧିକ ନୁହେଁ ।
ଦୀର୍ଘ ବର୍ଷ ହେଲା ଭାରତ, ଆଫଗାନିସ୍ତାନରୁ ଆଲମଣ୍ଡ ଆମଦାନି କରୁଛି । ସେହିଭଳି ଅନେକ ଦ୍ରବ୍ୟ ଭାରତରୁ ଆଫଗାନିସ୍ତାନକୁ ରପ୍ତାନି ହେଉଛି । ସବୁଠୁ ବଡ଼ କଥା ହେଉଛି, ତାଲିବାନ ଶାସିତ ଆଫଗାନିସ୍ତାନ ଏକ ଗରିବ ଦେଶ ହୋଇଥିବା ବେଳେ ସେଠାରେ ଆଲମଣ୍ଡ ଭଳି ବିଭିନ୍ନ ଡ୍ରାଏ ଫ୍ରୁଟସ୍ର ଦାମ ବହୁତ କମ । ସେଠାରେ ଆଲମଣ୍ଡ କିଲୋ ପ୍ରତି ୨୭୦ ଏଏଫଏନ ବା ୩୫୭ ଟଙ୍କାରେ ମିଳୁଛି ।
ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନ ସଂଗଠନ ଶାସନକୁ ଫେରିବା ପରେ ଦେଶରେ ବଡ଼ ଆର୍ଥିକ ସଂକଟ ଦେଇ ଗତି କରୁଛି । ଏଭଳି ସ୍ଥିତିରେ ଆଫଗାନିସ୍ତାକୁ ଭାରତ ମଧ୍ୟ ସହାୟତା କରୁଛି । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ବନ୍ଧ ଖୁବ ଭଲ ରହିଆସିଛି । ସେପଟେ ଆମେ ଯଦି ବିଶ୍ବର ବଡ଼ ଆଲମଣ୍ଡ ଉତ୍ପାଦନ ଦେଶ ତାଲିକା ଦେଖିବା ତେବେ ଶୀର୍ଷରେ ଆମେରିକା ରହିଛି । ଶୀର୍ଷ ୧୦ ତାଲିକାରେ ରହିଛି ଆଫଗାନିସ୍ତାନ । ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ଥିବା ବେଳେ ସ୍ପେନ୍, ତୁର୍କୀ, ମୋରୋକୋ, ଚୀନ୍, ଇରାନ୍, ଇଟଲୀ ଏବଂ ଟ୍ୟୁନିସିଆ ମଧ୍ୟ ଏହି ତାଲିକାରେ ରହିଛନ୍ତି ।